Indus Valley Times

ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନଏସି ପରିଷଦ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ବୈଠକ

 Breaking News

ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନଏସି ପରିଷଦ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ବୈଠକ

February 11
15:36 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୧୧/୨:  ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଗାମୀ ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।             ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ  ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

   ବୈଠକରେ ମୁଖ୍ୟତଃ ଜାନୁଆରୀ ୨୦୨୨ରେ ପ୍ରକାଶିତ ବିଧାନ ସଭା ଭୋଟର ତାଲିକାକୁ ଭିତ୍ତିକରି  ପ୍ରାଥମିକ ଭୋଟର ତାଲିକା ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନଏସି  କାର‌୍ୟ୍ୟାଳୟରେ ପ୍ରକାଶନ  କରାଯାଇଛି ଏବଂ ସର୍ବସାଧାରଣଙ୍କ ଅବଗତ ପାଇଁ ଉକ୍ତ ଭୋଟର ତାଲିକା ପାରଳାଖେମୁଣ୍ଡି କାର‌୍ୟ୍ୟାଳୟ , ନିର୍ବାଚନ ଅଧିକାରୀ  ,କାଶୀନଗର ଏନଏସି କାର‌୍ୟ୍ୟାଳୟ ରେ ୧୧.୦୨.୨୦୨୨ ତାରିଖ ରୁ  ୧୫.୦୨.୨୦୨୨ ପର‌୍ୟ୍ୟନ୍ତ ଉନ୍ମୁକ୍ତ ରହିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ସୂଚନା ଦେଇଥିଲେ ।

 ଅନ୍ୟପକ୍ଷରେ ଭୋଟର ମାନଙ୍କ  ନାମ  ସଂପୃକ୍ତ ୱାର୍ଡରେ ଠିକ୍ ଭାବେ ଭୋଟର ତାଲିକାଭୁକ୍ତ ହୋଇଛି କି ନାହିଁ ତନଖି କରାଇ ନେବାକୁ ୱେବ୍ସାଙ୍ଗ ସେଥିରେ  ଯଦି କୌଣସି ଭୋଟରଙ୍କ ନାମ ବିଧାନ ସଭା ଭୋଟର ତାଲିକାଭୁକ୍ତ ଥାଇ ୱାର୍ଡୱାରୀ  ପ୍ରସ୍ତୁତ ହୋଇଥିବା ପୌର ପରିଷଦ ଏବଂ କାଶୀନଗର ଏନଏସିର ଭୋଟର ତାଲିକାରେ ସ୍ଥାନ ପାଇ ନ ଥାଏ ତେବେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ସଂଶୋଧନ କରିବା ପାଇଁ ଫର୍ମ ନଂ-କ୍ଷକ୍ଷକ୍ଷ ରେ ଦରଖାସ୍ତ ନିମ୍ନ ସ୍ବାକ୍ଷତକାରୀଙ୍କ କାର‌୍ୟ୍ୟାଳୟରେ ତାରିଖ ୧୧.୦୨.୨୦୨୨ ରୁ ତାରିଖ ୧୬.୦୨.୨୨ ମଧ୍ୟରେ ଦାଖଲ କରିପାରିବେ ଏବଂ ଯେଉଁ ମାନଙ୍କର ନାମ ଭୂଲ ୱାର୍ଡ ରେ ଅନ୍ତର୍ଭୁକ୍ତ ହୋଇଥିବ ସେମାନେ ମଧ୍ୟ ସଂଶୋଧନ ପାଇଁ ଫାରମ ନଂ- କ୍ଷଠ ରେ ଦରଖାସ୍ତ  ତାରିଖ ୧୧-୦୨-୨୦୨୨ରୁ ତାରିଖ ୧୬.୦୨.୨୦୨୨ ମଧ୍ୟରେ ଦାଖଲ  କରିପାରିବେ ବୋଲି ସୂଚନା ଦିଆ ଯାଇଥିଲା ।

  ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ କାଶୀନଗର ଅତିରିକ୍ତ ତହସିଲଦାର ତଥା କାଶୀନଗର ବ୍ଲକ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ଅଧିକାରୀ , ସହକାରୀ ଜିଲ୍ଲାଓଆଲ ଶ୍ରୀ ରାଜେନ୍ଦ୍ର କୁମାର ଭୂୟାଁ , ଡିଆଇପିଆରଓ ଶ୍ରୀ ସ୍ୱରାଜ୍ୟ ଶିସା , ପାରଳାଖେମୁଣ୍ଡି ପୌର ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ସାମ୍ବାଦିକ ମାନେ ଯୋଗଦେଇ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031