Indus Valley Times

ପାରାଲିମ୍ପିକ୍ସ : ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଲେ ଭାରତର ଭାବିନାବେନ୍ ପଟେଲ୍‌

 Breaking News

ପାରାଲିମ୍ପିକ୍ସ : ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଲେ ଭାରତର ଭାବିନାବେନ୍ ପଟେଲ୍‌

August 29
10:10 2021

ଟୋକିଓ, ୨୯/୮: ଇତିହାସ ରଚିଲେ ଭାରତର ଭାବିନାବେନ୍ ପଟେଲ୍। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍ରେ ପଦକ ଜିତିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ।
ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାବିନା ବିଶ୍ୱର ନମ୍ବର ୧ ଖେଳାଳି ଚୀନ୍ର ୟିଙ୍ଗ ଝୁ’ଙ୍କ ଠାରୁ ପରାସ୍ତ ହୋଇଯାଇଥିଲେ। ସେ ୦-୩ (୭-୧୧, ୫-୧୧, ୬-୧୧)ରେ ତାଙ୍କର ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରି ଯାଇଥିଲେ।
ଭାବିନା ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ଭାଗ ନେଇଥିଲେ ଓ ଏଥିରେ ତାଙ୍କୁ ପଦକ ମିଳିଛି। ଅନ୍ୟପକ୍ଷରେ ଚୀନର ୟିଙ୍ଗ ଝୁ’ ଷଷ୍ଠ ଥର ପାଇଁ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚୀନ୍ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031