Legatus

ପାରିବାରିକ କଳହରୁ ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି

 Breaking News

ପାରିବାରିକ କଳହରୁ ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି

ପାରିବାରିକ କଳହରୁ ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତି
June 27
17:54 2024

ବାଲେଶ୍ୱର, ୨୭/୬: ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ ଦେଖିବାକୁ ମିଳିଛି। ପାରିବାରିକ କଳହ ଯୋଗୁ ଜଣେ ଯୁବକ ବିଷ ପିଇବା ସହ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଛନ୍ତି।
ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମର ରଞ୍ଜନ ରାଉଳ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଗୁରୁବାର ସକାଳୁ ପାରିବାରିକ କଳହ ଉପୁଜି ଥିଲା । ଏ ନେଇ ଗ୍ରାମର କିଛି ଭଦ୍ର ବ୍ୟକ୍ତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଉପୁଜିଥିବା କଳହ ସମାଧାନ ପାଇଁ ଆସିଥିବେ ବେଳେ ରଞ୍ଜନ ଉତକ୍ଷିପ୍ତ ହୋଇ ଘର ଭିତରକୁ ପଶିଯାଇ ଘରେ ଥିବା ବିଷ ପିଇବା ସହିତ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜନଙ୍କୁ ଗ୍ରାମବାସୀ ଏବଂ ପରିବାର ଲୋକେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। କିନ୍ତୁ ରଞ୍ଜନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31