Indus Valley Times

ପାରିବାରିକ କଳହରୁ ସର୍ବନାଶ, ମାଆ ଓ ପୁଅକୁ ହତ୍ୟା କଲା ବାପା

 Breaking News

ପାରିବାରିକ କଳହରୁ ସର୍ବନାଶ, ମାଆ ଓ ପୁଅକୁ ହତ୍ୟା କଲା ବାପା

July 24
11:37 2023

ଭଦ୍ରକ,୨୪/୭: ତଣ୍ଟିଚିପି ମା-ପୁଅଙ୍କୁ ହତ୍ୟା କଲା ବାପା । ମଦ ନିଶାରେ ଉଜାଡିଦେଲା ପୁରା ପରିବାର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।
ଜଣେ ମଦ୍ୟପ ସ୍ୱାମୀ, ପତ୍ନୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବନ୍ତ ଅଂଚଳର ଉମେଶ ନାୟକ କୁଶଗଡ଼ିଆଠାରେ ପତ୍ନୀ କାଞ୍ଚନବାଳା ସେଠି ଓ କୁନି ପୁଅ ସହ ଭଡାଘରେ ୨/୩ବର୍ଷ ହେବ ରହି ଆସୁଥିଲେ। ରବିବାର ରାତିରେ ମା ପୁଅଙ୍କୁ ଶୋଇଥିବା ଅବସ୍ଥାରେ ନର ରାକ୍ଷସ ସ୍ୱାମୀ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି।
ଫ୍ୟାନରେ ଏକ ଶାଢ଼ୀ ଝୁଲୁଥିବା ମଧ୍ୟ ଦେଖିବାକୁ ମିଳିଛି। ସ୍ୱାମୀ ଜଣକ ମା-ପୁଅଙ୍କୁ ମାରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଏଭଳି ଉପାୟ କରିଥିବା ଜଣାପଡିଛି। ପ୍ରାୟ ସମୟରେ ସ୍ୱାମୀ ମଦ୍ୟପାନ କରି ପତ୍ନୀ ଓ ପୁଅକୁ ମାରଧର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031