Indus Valley Times

ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

 Breaking News

ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

April 15
19:53 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୫/୪: ଅଗ୍ନୀକୁ ସାକ୍ଷୀ ରଖି ବିବାହ କରିଥଲେ । ଆଉ ସୁଖଦୁଃଖରେ ସାଥୀ ହୋଇ ରହିବାକୁ କଥା ଦେଇଥିଲେ ସ୍ୱାମୀ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ହୋଇଥିଲା । ଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା କାଶିନୀପଦର ଗାଁରେ ଦେଖିବାକୁ ମିଳିଛି କ୍ଷ ପ୍ରକାଶ ଯେ , ଶୁକ୍ରବାର ସକାଳେ ସ୍ୱାମୀ ମିଥୁନ ଡିଗାଲ ଓ ସ୍ତ୍ରୀ ହେମଲତା ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ବଚସା ଧିରେଧିରେ ଉଗ୍ରରୂପ ଧାରଣ କରିଥିଲା ।
ଏଥିରେ ଉତକ୍ଷିପ୍ତ ହୋଇ ମିଥୁନ ଟାଙ୍ଗିଆରେ ହେମଲତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ମାରି ଗୁରୁତର କ୍ଷତି କରିଥିଲା । ଫଳରେ ହେମଲତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିଥିଲେ।
ପାଟି ଶୁଣି ସ୍ଥାନୀୟ ଲୋକେ ହେମଲତାଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଅବ୍ୟାହତ ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031