Indus Valley Times

ପାର୍ବଣରେ ବୈଦୁତିକ ସତର୍କ ତାକୁ ଟିପିଏନଓଡିଏଲର ଗୁରୁତ୍ଵ

 Breaking News

ପାର୍ବଣରେ ବୈଦୁତିକ ସତର୍କ ତାକୁ ଟିପିଏନଓଡିଏଲର ଗୁରୁତ୍ଵ

ପାର୍ବଣରେ ବୈଦୁତିକ ସତର୍କ ତାକୁ ଟିପିଏନଓଡିଏଲର ଗୁରୁତ୍ଵ
September 23
11:13 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୩/୯ : ସୁରକ୍ଷାକୁ ସର୍ବଦା ଅଗ୍ରାଧିକାର ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପାର୍ବଣଋତୁ ଅବସରରେ ବିଦ୍ୟୁତ ସମ୍ପର୍କିତ ସତର୍କତାକୁ ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି।
ପବିତ୍ର ଦୁର୍ଗା ପୂଜା ଓ କାଳୀ ପୂଜା ଅବସରରେ ନିର୍ମାଣ କରାଯାଉଥିବା ମଣ୍ଡପ ତଥା ଅସ୍ଥାୟୀ ଟେଣ୍ଟଗୁଡ଼ିକୁ ବିଦ୍ୟୁତ ଖୁଣ୍ଟ, ତାର ଅବା ଟ୍ରାନ୍ସଫର୍ମରଗୁଡିକଠାରୁ ସୁରକ୍ଷିତ ଦୂରତାରେ ନିର୍ମାଣ ଏବଂ ଉପରେ ଝୁଲୁଥିବା ବିଦ୍ୟୁତ ତାର ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଅବଗତ କରାଯାଇଛି।
ସାଜସଜ୍ଜା ସମୟରେ କୌଣସି ବିଦ୍ୟୁତ ତାର ଅବା ଉପକରଣଗୁଡ଼ିକଠାରୁ ଦୂରତା ପ୍ରତି ଧ୍ୟାନ ଦେବା ତଥା ପୂଜା ପେଣ୍ଡାଲରେ ବିଦ୍ୟୁତ ସଂଯୋଗ କରିବା ପାଇଁ ନିକଟସ୍ଥ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅବଗତ କରିବାକୁ ଟିପିଏନଓଡିଏଲ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସେହିପରି ଭସାଣ ଓ କାଳୀ ପୂଜା ଅବସରରେ ବାଣ ଫୁଟାଇବା ସମୟରେ ବିଦ୍ୟୁତ ଖୁଣ୍ଟ ଅବା ତାରଗୁଡିକ ଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ ଏବଂ ବିଦ୍ୟୁତ ଟ୍ରାନ୍ସଫର୍ମରଗୁଡିକ ନିକଟରେ ଆଦୌ ବାଣ ନ ଫୁଟାଇବାକୁ କୁହାଯାଇଛି।
ଘର ସାଜସଜ୍ଜାରେ ଛିଣ୍ଡା କିମ୍ବା ପୁରୁଣା ତାରକୁ ବ୍ୟବହାର ନ କରିବାକୁ ଦର୍ଶାଯାଇଥିବା ବେଳେ ପାର୍ବଣଋତୁରେ ପର୍ବଗୁଡ଼ିକୁ ହର୍ଷଉଲ୍ଲାସର ସହ ପାଳନ ସହିତ ସତର୍କତା ପ୍ରତି ସର୍ବଦା ଯତ୍ନବାନ ହେବାକୁ ଟିପିଏନଓଡିଏଲ ପକ୍ଷରୁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930