Indus Valley Times

ପାର୍ବତୀ ଗିରି ଉଠା ଜଳସେଚନ ଯୋଜନାରେ ଗଜପତି ଜିଲ୍ଲା ସାମିଲ, ରାୟଗଡ଼ ଓ ଗୋଷାଣୀ ବ୍ଲକର ୧୩ ଟି ଗ୍ରାମର ୧୯୯୮.୯୯ ହେକ୍ଟର ଚାଷଜମି ଜଳସେଚିତ ହେବ

 Breaking News

ପାର୍ବତୀ ଗିରି ଉଠା ଜଳସେଚନ ଯୋଜନାରେ ଗଜପତି ଜିଲ୍ଲା ସାମିଲ, ରାୟଗଡ଼ ଓ ଗୋଷାଣୀ ବ୍ଲକର ୧୩ ଟି ଗ୍ରାମର ୧୯୯୮.୯୯ ହେକ୍ଟର ଚାଷଜମି ଜଳସେଚିତ ହେବ

September 23
20:42 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୯: ଜମିକୁ ଯିବ ଜଳ – କ୍ଷେତରେ ଫଳିବ ସୁନାର ଫସଲ । ଏବେ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଜଳସେଚନ ବ୍ୟବସ୍ଥା । \”ପାର୍ବତୀ ଗିରି\” ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଅନ୍ତର୍ଗତ ଏକାଧିକ ପ୍ରସ୍ତାବ ଉପରେ କେବିନେଟ୍ ମୋହର ଲାଗିଥିବା ବେଳେ ସେଥି ମଧ୍ୟରୁ ସବୁଜ ସଂକେତ ମିଳିଥିବା ଗଜପତି ଜିଲ୍ଲା ଅନ୍ୟତମ । ଆଜି ପାରଳାଖେମୁଣ୍ଡି ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ\’ରେ ଏଇ ସୂଚନା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକ ।
ବିଜେଡି ଜିଲ୍ଲା ସଭାପତି ଶ୍ରୀ ନାୟକ କହିଛନ୍ତି ଯେ , ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ୫ ଟି ଜିଲ୍ଲା ମଧ୍ୟରେ ଗଜପତି ଜିଲ୍ଲା ମଧ୍ୟ ସାମିଲ ହୋଇ ଜିଲ୍ଲାର ଗୋଷାଣୀ ଓ ରାୟଗଡ଼ ବ୍ଲକର ୧୩ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରି କେବିନେଟ ମୋହର ଲାଗିଛି ।
ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁଭଳି କାର୍ଯ୍ୟକ୍ରମ ସବୁ କରି ଚାଲିଛନ୍ତି , ସେଥିପାଇଁ ତାଙ୍କୁ ଜିଲ୍ଲାର ଚାଷୀକୁଳ ଓ ବିଜେଡି ପକ୍ଷରୁ ଅଶେଷ ଧନ୍ୟବାଦ୍ ।
ଯେଉଁ ଚାଷୀକୁଳ ପୂର୍ବରୁ ଜଳସେଚନ ଓ ବୃଷ୍ଟିପାତ ଅଭାବରୁ ବିଭିନ୍ନ ସମୟରେ ଚାଷ କ୍ଷେତ୍ରରେ ମରୁଡ଼ିର ଶିକାର ହୋଇ ଅଧିକ କ୍ଷତିର ସମ୍ମୁଖୀନ ହେଉଥିଲେ । ଏହାଦ୍ବାରା ବହୁ ଚାଷୀ ବିଶେଷ ଉପକୃତ ହୋଇ ପାରିବେ ।
ରାୟଗଡ଼ ଓ ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ମହେନ୍ଦ୍ର ତନୟା ନଦୀରୁ ଏଇ ଯେଉଁ ମେଗା ଉଠା ଜଳସେଚନ ବ୍ୟବସ୍ଥା ହୋଇଛି , ଏହା ଦ୍ବାରା ଶତାଧିକ ଚାଷୀ ପ୍ରତିବର୍ଷ ଜଳସେଚନ କ୍ଷେତ୍ରରେ ବିଶେଷ ଭାବେ ଉପକୃତ ହୋଇ ପାରିବେ ।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ୧୦ ଟି ଗ୍ରାମର ୧୭୧୫-୮୧ ହେକ୍ଟର ଏବଂ ଗୋଷାଣୀ ବ୍ଲକର ୩ ଟି ଗ୍ରାମର ୨୮୩-୧୮୮ ହେକ୍ଟର ଚାଷ ଜମିକୁ ଜଳସେଚିତ ହୋଇପାରିବ ଏବଂ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ ହେବା ନିର୍ଦ୍ଦେଶ ରହିଛି ।
ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଦ୍ଵାରା ଚାଷୀକୁଳ ବିଶେଷ ଉପକୃତ ହେବା ସହ ଏହାର ମାଇକ୍ରୋ ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପରିକ ଧାନ ଫସଲ ପରିବର୍ତ୍ତେ ଅର୍ଥକାରୀ ଫସଲ କରିବାକୁ ଅଧିକ ଉତ୍ସାହିତ ହେବେ ଏବଂ ଏହାଦ୍ବାରା ଚାଷୀମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଶ୍ରୀ ନାୟକ ସୂଚନା ଦେଇ କହିଥିଲେ ।
ଏହି କାର୍ଯ୍ୟକ୍ରମ,ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ପାରଳା ପୌରାଧ୍ୟକ୍ଷକ୍ଷ ଶ୍ରୀମତୀ ନିର୍ମଳା ସେଠୀ , ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନାମି ମଣ୍ଡଳ , କାଶୀନଗର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟାମ୍ମା , ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ , କାଶୀନଗର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଏମ: ସୁଧାରାଣି , ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସି ନାୟକ , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବିରରାଜୁ , ଉପାଧ୍ୟକ୍ଷକ୍ଷ ଶ୍ରୀମତୀ ଏସ: କଲ୍ୟାଣୀ , ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀ ଏସ: ଲିଙ୍ଗାରାଜୁ , ଛାତ୍ର ସଭାପତି ଶ୍ରୀ ସୌମ୍ୟଜିତ୍ ତ୍ରିପାଠୀ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାସନମ ବାଲାରାଜୁ ପ୍ରମୁଖ\’ଙ୍କ ସମେତ ବିଜେଡିର ବରିଷ୍ଠ ନେତା ଶ୍ରୀ ଗଜପତି ରାଓ , ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ , ଶ୍ରୀ ଲକ୍ଷ୍ମୀକାନ୍ତ ପରିଛା , ଶ୍ରୀ ଜମିଦାର ପଟନାୟକ , ଶ୍ରୀ ଚିନା ବାବୁ ପ୍ରମୁଖ ମଞ୍ଚାସିନ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031