Indus Valley Times

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

 Breaking News

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
March 23
11:54 2021

ଭୁବନେଶ୍ବର, ୨୩/୩: ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୩୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଅପ୍ରେଲ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଅପ୍ରେଲ ୧୭ରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ ।
ଆଜିଠାରୁ ୮ ଦିନ ଧରି ନାମାଙ୍କନ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେପିରେ ପ୍ରାର୍ଥୀତ୍ବକୁ ନେଇ ବିଶେଷ ଦ୍ବନ୍ଦ୍ବ ନଥିବା ବେଳେ ବିଜେଡି ଓ କଂଗ୍ରେସରେ ଚିତ୍ର ସ୍ପଷ୍ଟ ହୋଇନାହିଁ । ବିଜେଡିରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରୁ କାହାକୁ ଟିକେଟ୍ ମିଳିବ ଦଳ କିଛି ସ୍ପଷ୍ଟ ସଂକେତ ଦେଇନାହିଁ । ଆଶାୟୀ ତାଲିକାରେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି ।
ବିଜେପିରୁ ଆଶ୍ରିତ ପଟ୍ଟନାୟକଙ୍କ ନାଁ ଏକପ୍ରକାର ଚୂଡାନ୍ତ ବୋଲି ଶୁଣାଯାଉଛି । ଆଶ୍ରିତ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କଂଗ୍ରେର ଯୁବନେତା ନିଶିକାନ୍ତ ମିଶ୍ର ଓ ଜିଲ୍ଲା ସଭାପତି ତଥା ଗତଥରର ପ୍ରାର୍ଥୀ ଅଜିତ ମଙ୍ଗରାଜ ଟିକେଟ୍ ଆଶାୟୀ ଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031