Indus Valley Times

ପିପିଲି ଉପନିର୍ବାଚନ : ମେ’ ୧୩ରେ ହେବ ମତଦାନ

 Breaking News

ପିପିଲି ଉପନିର୍ବାଚନ : ମେ’ ୧୩ରେ ହେବ ମତଦାନ

ପିପିଲି ଉପନିର୍ବାଚନ : ମେ’  ୧୩ରେ ହେବ ମତଦାନ
April 19
12:43 2021

ଭୁବନେଶ୍ୱର ୧୯/୪: ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ ଏପ୍ରିଲ ୨୬ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ହୋଇଥିବାରୁ କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ହେବ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ଏହାପରେ ସୋମବାରଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ମେ’ ୧୩ ତାରିଖରେ ନିର୍ବାଚନ ହେବ । ଏହାପରେ ୧୬ ତାରିଖରେ ହେବ ଭୋଟ୍ ଗଣତି । ତେବେ ଅଜିତଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରାର୍ଥୀ ନେଇ ଦଳ ପକ୍ଷରୁ କିଛି ବିଧିବଦ୍ଧ ଘୋଷଣା ହୋଇନଥିଲେବି ଜଟଣୀ ବିଧାୟକ ସୁରେଶ ରାଉତରାୟ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ଖୋଲାଖୋଲି ଭାବେ ତାଙ୍କୁ ପ୍ରାର୍ଥୀ କଲେ ଦଳ ଭଲ ଉଚିତ୍ ହେବ ବୋଲି କହିଛନ୍ତି ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031