Indus Valley Times

ପିଲାମାନେ ଭୟଭୀତ ନ ହୋଇ ମାସ୍କ ପିନ୍ଧି ସ୍କୁଲକୁ ଯାଆନ୍ତୁ : ଧର୍ମେନ୍ଦ୍ର

 Breaking News

ପିଲାମାନେ ଭୟଭୀତ ନ ହୋଇ ମାସ୍କ ପିନ୍ଧି ସ୍କୁଲକୁ ଯାଆନ୍ତୁ : ଧର୍ମେନ୍ଦ୍ର

ପିଲାମାନେ ଭୟଭୀତ ନ ହୋଇ ମାସ୍କ ପିନ୍ଧି ସ୍କୁଲକୁ ଯାଆନ୍ତୁ : ଧର୍ମେନ୍ଦ୍ର
February 07
22:18 2022

ଭୁବନେଶ୍ୱର: ଓଡ଼ିଶାରେ ଅନେକ ଦିନ ପରେ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରଛାତ୍ରୀ ମାନଙ୍କୁ ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ଶିକ୍ଷାନୁଷ୍ଠାନ ଯିବା ଓ ମନ ଦେଇ
ପାଠ ପଢ଼ିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ ।ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢ଼ିଛନ୍ତି । ନିଜ ସାଙ୍ଗ,ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ପ୍ରତ୍ୟକ୍ଷ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି ।
ପିଲାମାନେ ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ସ୍କୁଲ ଯାଆନ୍ତୁ ଓ ମନ ଦେଇ ପାଠ ପଢ଼ନ୍ତୁ ।

ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କୋଭିଡ୍ ନିୟମକୁ ମାନି ସେମାନେ ନିଜର ଓ ଛାତ୍ରଛାତ୍ରୀଙ୍କ ସଠିକ୍ ଯତ୍ନ ନିଅନ୍ତୁ । ଯଦ୍ୱାରା ଆମେ ଆମ ପିଲାମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ସହ ଉପଯୁକ୍ତ
ଶିକ୍ଷା ପ୍ରଦାନ କରିପାରିବା ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031