Indus Valley Times

ପୁଣି ଏକା ସାଙ୍ଗରେ ନଜର ଆସିବେ ରିତେଶ-ଜେନି, ମିଷ୍ଟର ମମି ବନିବେ ରିତେଶ୍ ଦେଶମୁଖ୍

 Breaking News

ପୁଣି ଏକା ସାଙ୍ଗରେ ନଜର ଆସିବେ ରିତେଶ-ଜେନି, ମିଷ୍ଟର ମମି ବନିବେ ରିତେଶ୍ ଦେଶମୁଖ୍

ପୁଣି ଏକା ସାଙ୍ଗରେ ନଜର ଆସିବେ ରିତେଶ-ଜେନି, ମିଷ୍ଟର ମମି ବନିବେ ରିତେଶ୍ ଦେଶମୁଖ୍
February 04
19:51 2022

ମୁମ୍ବାଇ, ୪/୨: ଗୁଡ୍ ନ୍ୟୁଜ ଦେଲେ ଅଭିନେତା ରିତେଶ ଦେଶମୁଖ। ହେଲେ ଗର୍ଭବତୀ ଆଉ ସାଜିଲେ ‘ମିଷ୍ଟର ମମ୍ମି’। ପ୍ରେଗ୍ନେଣ୍ଟ ବାପା ହେଲେ ରିତେଶ। ପତ୍ନୀ ଜିନିଲିଆଙ୍କ ସହ ସେ ମଧ୍ୟ ଗର୍ଭବତୀ ହେଲେ।
ଏଥର ସେ ବି ନିଜ ଛୁଆକୁ ପେଟରେ ନଅ ମାସ ରଖିବେ ଆଉ ଜନ୍ମ କରିବେ। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋକୁ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ ଇନ୍ଷ୍ଟାଗ୍ରାମରେ ଶେଆର କରି ଏହି ଖୁସି ଖବର ଜଣାଇଛନ୍ତି। ଯାହାକୁ ଶୁଣି ତାଙ୍କ ଫ୍ୟାନ୍ମାନଙ୍କ ହୋସ୍ ଉଡିଯାଇଛି।
ପ୍ରକୃତରେ ଅପ୍କମିଂ ଫିଲ୍ମ ‘ମିଷ୍ଟର ମମ୍ମି’ର ରିଲିଜ ହୋଇଛି ପୋଷ୍ଟର। ଏଥିରେ ରିତେଶଙ୍କୁ କିଛି ଏଭଳି ନୂଆ ଅବତାରରେ ଦେଖିବାକୁ ମିଳିଛି। ସେ ଗର୍ଭବତୀ ଥିବା ନଜର ଆସିଛନ୍ତି। ତାଙ୍କ ସହ ଜିନିଲିଆ ଦେଶମୁଖ ମଧ୍ୟ ପ୍ରେଗ୍ନେଣ୍ଟ ନଜର ଆସିଛନ୍ତି। ଏହି ପୋଷ୍ଟର ରିଲିଜ ହେବା ପରେ ଫ୍ୟାନ୍ମାନେ ଚକିତ ହୋଇପଡିଛନ୍ତି।
‘ମିଷ୍ଟର ମମ୍ମି’ ହେଉଛି ଏକ କମେଡି ଡ୍ରାମା ଫିଲ୍ମ। ଏଥିରେ ପ୍ରଥମ କରି ରିତେଶଙ୍କୁ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ। ପ୍ରଥମ କରି ସେ ପ୍ରେଗ୍ନେଣ୍ଟ ବାପାର ଭୂମିକାରେ ଅଭିନୟ କରିବେ। ଏଥିସହ ଦୀର୍ଘ ଦିନ ପରେ ଏହି ଫିଲ୍ମ ଜରିଆରେ ରିତେଶ ଓ ଜିନିଲିଆଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031