Indus Valley Times

ପୁଣି କଟକରୁ ଠାବ ହେଲା ନକଲି ଜର୍ଦ୍ଦା କାରଖାନା ଠାବ; ବିପୁଳ ପରିମାଣର ସମାଗ୍ରୀ ଜବତ

 Breaking News

ପୁଣି କଟକରୁ ଠାବ ହେଲା ନକଲି ଜର୍ଦ୍ଦା କାରଖାନା ଠାବ; ବିପୁଳ ପରିମାଣର ସମାଗ୍ରୀ ଜବତ

ପୁଣି କଟକରୁ ଠାବ ହେଲା ନକଲି ଜର୍ଦ୍ଦା କାରଖାନା ଠାବ; ବିପୁଳ ପରିମାଣର ସମାଗ୍ରୀ ଜବତ
August 08
16:22 2021

କଟକ, ୮/୮: ନକଲି କାରଖାନା ଠାବ । କିଛି ଦିନର ବ୍ୟବଧାନ ପରେ ପୁଣି କଟକରୁ ନକଲି ଜର୍ଦ୍ଦା କାରାଖାନା ଠାବ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜୋରଦାର ଚାଲିଛି । ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, କଟକରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ନେଇ ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଏହାପରେ ପୋଲିସ ଆଜି ଏକକାଳୀନ ଭାବେ ୩ଟି ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ କଟକ ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଏବଂ ଅପମିଶ୍ରିତ ପାନ ମସଲା ଜବତ ହୋଇଛି।
ଏହାବ୍ୟତିତ ସରକାର ବ୍ୟାନ କରୁଥିବା କେତେକ ନିର୍ଦ୍ଧିଷ୍ଟ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । କେବଳ ମାଲଗୋଦାମ ନୁହେଁ ଏହି ବେଆଇନ କାରବାର ସହରର ଆହୁରି ୨ଟି ସ୍ଥାନରେ ଚାଲିଥିବା ପୋଲିସ ଖବର ପାଇଛି । ସେଠାରେ ମଧ୍ୟ ଚଢାଉ କାର୍ଯ୍ୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସିଏମସିର ସ୍ୱାସ୍ଥ୍ୟ ବିଭାଗ ଏବଂ ଖାଦ୍ୟ ଓ ଯୋଗାଣ ବିଭାଗର ଅଧିକାରୀ ମାନେ ମଧ୍ୟ ଏହି ଚଢାଉ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବର୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇସାରିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କଟକରୁ ଅନେକ ନକଲି କାରଖାନା ଠାବ କରିଥିଲେ କମିଶନରେଟ୍ ପୋଲିସ । ପ୍ରଥମେ ଗୁଟ୍ଖା, ପରେ ଆଚାର, ସିମେଣ୍ଟ ଆଦି ଜିନିଷର ନକଲି କାରଖାନା ଠାବ ହୋଇଥିଲା ।
ତେବେ କିଛି ଦିନରେ ବ୍ୟବଧାନ ପରେ ପୁଣି ଥରେ କଟକରେ ନକଲି କାରଖାନା ଠାବ ହୋଇଛି । ତାହା ପୁଣି ଜର୍ଦ୍ଦା କାରଖାନା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031