Indus Valley Times

ପୁଣି କରେଣ୍ଟ ନେଲା ହାତୀ ଜୀବନ

 Breaking News

ପୁଣି କରେଣ୍ଟ ନେଲା ହାତୀ ଜୀବନ

ପୁଣି କରେଣ୍ଟ ନେଲା ହାତୀ ଜୀବନ
August 30
11:00 2022

କେନ୍ଦୁଝର,୩୦/୮: ପୁଣି କରେଣ୍ଟ ପାଇଁ ଚାଳିଗଲା ହାତୀର ଜୀବନ । ଏଭଳି ଘଟଣା ଘଟିଛି କେନ୍ଦୁଝରରେ । ୨ ମାଈ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ଆରସିସିଏଫ୍ ନିଲମ୍ବିତ କରିଛନ୍ତି । ଏନେଇ ଡିଏଫ୍ଓ ସୂଚନା ଦେଇଛନ୍ତି ।
ଏହାସହ ବିଦ୍ୟୁତ୍ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାଥାଉ କି, ଗତ ୨୫ ତାରିଖରେ ଯୋଡ଼ିଆ ସ୍ଥିତ କେଭିକେ ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ।
ବିଦ୍ୟୁତ୍ ତାରଟି ଅତିକମ୍ ଉଚ୍ଚରେ ଝୁଲି ରହିଥିବା ବେଳେ ତାର ଉପରେ ଗଛଲତା ମାଡି ଯାଇଥିବା ଦେଖିବାକୁ ମିଳିଥିଲା। ଯାହା ବିଦ୍ୟୁତ୍ ବିଭାଗର ଅବହେଳାକୁ ପଦାରେ ପକାଇଥଇଲା। ହାତୀ ଲଟା ପତ୍ର ଖାଇବା ବେଳେ ବିଦ୍ୟୁତ୍ ତାରରେ ଆସିଯାଇଥିବା ଅନୁମାନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930