Indus Valley Times

ପୁଣି ଜଣେ ଶିଶୁ ନିଖୋଜ: ଘର ନିକଟରେ ଖେଳୁଥିବା ବେଳେ ୬ବର୍ଷର ଶିଶୁକୁ କେହି ଅପହରଣ କରିଥିବା ଅଭିଯୋଗ

 Breaking News

ପୁଣି ଜଣେ ଶିଶୁ ନିଖୋଜ: ଘର ନିକଟରେ ଖେଳୁଥିବା ବେଳେ ୬ବର୍ଷର ଶିଶୁକୁ କେହି ଅପହରଣ କରିଥିବା ଅଭିଯୋଗ

December 17
14:03 2020

ଗଜପତି, ୧୭।୧୨: ପୁଣି ଜଣେ ଶିଶୁ ନିଖୋଜ ଅଭିଯୋଗ । ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କାଶୀନଗର ସହରର କୁମୁଟି ସାହିରୁ ଶିଶୁ ନିଖୋଜ ହୋଇଛି । ନିଖୋଜ ଶିଶୁ ହେଲେ ୬ ବର୍ଷର ଜାମ୍ମୀ ହାର୍ଦ୍ଧିକ । ସେ ଘର ନିକଟରେ ଖେଳୁଥିବା ସମୟରେ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ନେଇଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ଏ ନେଇ ପରିବାରଲୋକ କାଶୀନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସେପଟେ ଢେଙ୍କାନାଳରେ ବୁଧବାରଠାରୁ ନିଖୋଜ ହୋଇଥିବା ୩ ବର୍ଷ ଶିଶୁର ମୃତଦେହ କୂଅରୁ ମିଳିଥିଲା । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ବୁଧବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କୁଆଡେ ଗାଏବ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁର ସନ୍ଧାନ ମିଳିନଥିଲା । ଶିଶୁଟିକୁ କେହି ଅପହରଣ କରି ନେଇଥିବା ସନ୍ଦେହ କରାଯାଉଥିଲା । ତେବେ ଗୁରୁବାର ଘରଠାରୁ ଶହେ ମିଟର ଦୂର ଗାଁର କୂଅରୁ କଳିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶିଶୁର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031