Indus Valley Times

ପୁଣି ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ, ମୋଟ ୧୪ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

 Breaking News

ପୁଣି ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ, ମୋଟ ୧୪ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ପୁଣି ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ, ମୋଟ ୧୪ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
August 12
11:10 2022

ସମ୍ବଲପୁର, ୧୨/୮: ହୀରାକୁଦ ଡ୍ୟାମର ଶୁକ୍ରବାର ଖୋଲିଲା ୪ଟି ଗେଟ୍। ଗତକାଲି ୧୦ଟି ଗେଟ୍ ଖୋଲିଥିବା ବେଳେ ଆଜି ୪ଟି ମିଶି ମୋଟ ୧୪ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି।
ଡ୍ୟାମର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ଏବେ ଡ୍ୟାମକୁ ୩,୯୭,୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୫.୭ ଫୁଟ୍ ରହିଛି।
ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଥିଲା। ପ୍ରଥମେ ଦିନ ୧୧ଟାରେ ୫ଟି ଏବଂ ଅପରାହ୍ଣ ୩ଟାରେ ଆଉ ୫ଟି ଗେଟ୍ ଖୋଲାଯାଇଥିଲା। ଛତିଶଗଡ଼ ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ଅଧିକ ପାଣି ଆସିଥିଲା। ଫଳରେ ଡ୍ୟାମର ଜଳପତ୍ତନ ବୃଦ୍ଧି ପାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031