Indus Valley Times

ପୁରୀରେ ଏନକାଉଣ୍ଟର, ପୋଲିସ ଗୁଳିରେ ଅପରାଧୀ ଆହତ

 Breaking News

ପୁରୀରେ ଏନକାଉଣ୍ଟର, ପୋଲିସ ଗୁଳିରେ ଅପରାଧୀ ଆହତ

ପୁରୀରେ ଏନକାଉଣ୍ଟର, ପୋଲିସ ଗୁଳିରେ ଅପରାଧୀ ଆହତ
August 24
18:27 2023

ପୁରୀ,୨୪/୮: କୁଖ୍ୟାତ ଅପରାଧୀ ପିନାକୀ ବରାଳ ଓରାଫ ପିନୁକୁ ପୁରୀ ପୁଲିସ ଗୁରୁବାର ଦିନ ଏନ୍କାଉଣ୍ଟର କରିଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ ପିନୁକୁ ପୁରୀ ଜିଲ୍ଲା ବାସେଳିସାହି ଆଇଆଇସି ମାନସ ବାରିକ ଏବଂ ତାଙ୍କର ଟିମ୍ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପାଟ୍ରୋଲିଂରେ ବାହାରିଥିଲେ। ଲୋକନାଥ ମନ୍ଦିର ପଛପଟରେ ଥିବା ଶଙ୍ଖେଶ୍ବର ଜଂଗଲରେ ପୁଲିସକୁ ଦେଖି ପିନୁ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳିରେ ପିନୁ ଆହତ ହୋଇଥିଲା। ପିନୁର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପିସ୍ତଲ ଓ ୨ଟି ଗୁଳି ଜବତ ହୋଇଛି।
ତେବେ ଅପରାଧୀ ପିନୁ ସହିତ ଗୁଳିବିନିମୟ ବେଳେ ଏସ୍ଆଇ ବି ମାଝୀ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ କହିଛି ଯେ, କୁଖ୍ୟାତ ଅପରାଧୀ ପିନୁ ନାଁରେ ବାସେଳିସାହି, ତାଳବଣିଆ ଓ କୁମ୍ଭାରପଡ଼ା ଥାନାରେ ହତ୍ୟା ଉଦ୍ୟମ, ଆକ୍ରମଣ, ଦାଦାବଟି, ରାହଜାନୀ ଇତ୍ୟାଦି ଘଟଣାରେ ୧୧ରୁ ଊର୍ଦ୍ଧ୍ବ ମାମଲା ରହିଛି। ପୁଲିସ କହିଛି ଘଟଣାସ୍ଥଳରୁ ପିସ୍ତଲ, ଗୁଳି, ନମ୍ବର ବିହୀନ ବାଇକ୍ ଓ ମୋବାଇଲ ଜବତ କରିଛି।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031