Indus Valley Times

ପୁରୀରେ ବଲିଉଡ ଅଭିନେତା ଗୋବିନ୍ଦା, ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

 Breaking News

ପୁରୀରେ ବଲିଉଡ ଅଭିନେତା ଗୋବିନ୍ଦା, ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀରେ ବଲିଉଡ ଅଭିନେତା ଗୋବିନ୍ଦା, ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ
August 31
17:38 2021

ପୁରୀ, ୩୧/୮:ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା । ଗୋବିନ୍ଦା ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନ ସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ସେ ହେଉଛନ୍ତି ବଡ ଭକ୍ତ । ପ୍ରଭୁଙ୍କ ଡାକରାରେ ସେ ପୁରୀ ଆସିବାର ସୌଭାଗ୍ୟ ପାଇଥିବା ସେ କହିଛନ୍ତି ।
ସେହିପରି କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ତାଙ୍କ ଜୀବନରେ ଥିବା ଜଟିଳତା ସବୁ ଦୂର ହୋଇଥିବା ଗୋବିନ୍ଦା କହିଛନ୍ତି । ପୁଣି ଥରେ ସ୍ୱାଭାବିକ ଅବସ୍ଥା ଫେରିଆସି ତାଙ୍କ ଜୀବନ ଶାନ୍ତି ଓ ସୁଖମୟ ହେବ ବୋଲି ସେ କହିଛନ୍ତି ।
ଚତୁର୍ଦ୍ଧାବିଗ୍ରହଙ୍କ ସହ ମା ବିମଳା ଓ ପାଶ୍ୱର୍ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ଗୋବିନ୍ଦା ପ୍ରାୟ ୩୦ ମିନିଟରୁ ଅଧିକ ସମୟ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031