Indus Valley Times

ପୁରୀରେ ରିକ୍ସା ଚାଳକର ଆତଙ୍କ, ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ କଲେ ମରଣାନ୍ତକ ଆକ୍ରମଣ

 Breaking News

ପୁରୀରେ ରିକ୍ସା ଚାଳକର ଆତଙ୍କ, ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ କଲେ ମରଣାନ୍ତକ ଆକ୍ରମଣ

ପୁରୀରେ ରିକ୍ସା ଚାଳକର ଆତଙ୍କ, ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ କଲେ ମରଣାନ୍ତକ ଆକ୍ରମଣ
August 21
11:13 2025

ପୁରୀ, ୨୧/୮ : ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରିକ୍ସା ଚାଳକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଆଇନଜୀବୀ । ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ପିସିଆର୍ ଟିମ ।
ସୂଚନା ଅନୁଯାୟୀ, ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହି ନିକଟରେ ଜଣେ ରିକ୍ସା ଚାଳକ ଆଇନଜୀବୀ ରଘୁନାଥ ପଟ୍ଟନାୟକଙ୍କୁ ଆକ୍ରମଣ କରିଛନ୍ତି । ଚାଳକର ଆକ୍ରମଣରେ ଆଇନଜୀବୀ ଲହୁ ଲୁହାଣ ହୋଇଥିବା ବେଳେ ତାଙ୍କ ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି । ଅଘଟଣ ପରେ ଆକ୍ରମଣକାରୀ ରିକ୍ସା ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।
ଏନେଇ ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ରିକ୍ସା ଚାଳକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଢାଉ ଜାରି ରହିଛି । ପୁରୀ ଭଳି ଏକ ଧାର୍ମିକ ତଥା ପର‌୍ୟ୍ୟଟନ ସହରରେ ଆଇନଜୀବୀଙ୍କୁ ରିକ୍ସା ଚାଳକ ଆକ୍ରମଣ କରିବା ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031