Indus Valley Times

ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ, ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

 Breaking News

ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ, ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

January 04
10:48 2022

ପୁରୀ ୪/୧: ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ପୁରୀ ସମୁଦ୍ର କୂଳ ଅଞ୍ଚଳର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟରନ୍ୟାସନାଲ ଓ ଏହାର ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ରବିବାର ଦିନ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଚିହ୍ନଟ ସଂକ୍ରମିତ ପୁରୀ ସହରର ଏବଂ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ବୋଲି ଜଣାପଡିଛି ।
ତେବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳରେ ବସବାସ କରୁଥିବା ଲୋକ ବାହାରକୁ ବାହାରିବେ ନାହିଁ କି ବାହାର ଲୋକ ଏହି ଅଞ୍ଚଳରୁ ପ୍ରବେଶ କରିପାରିବେନାହିଁ ।
ଏହି ଅଞ୍ଚଳରେ ଦୋକାନବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତି ଆବଶ୍ୟକ ସାମଗ୍ରୀ ଲୋକଙ୍କ ନିକଟକୁ ପଠାଯିବ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ ।
ସେପଟେ ଭକ୍ତଙ୍କ ପାଇଁ ୩ଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ପୁଣି ଖୋଲିଛି ।
ତେବେ ସୋମବାର ମଧ୍ୟ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ସହରାଞ୍ଚଳରେ ୭ଜଣ କୋଭିଡ୍ ପଜିଟିଭ ରହିଛନ୍ତି । ହୋଟେଲରେ ରହୁଥିବା ପର୍ଯ୍ୟଟକ ଓ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖିଛି ପ୍ରଶାସନ ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031