Indus Valley Times

ପୁରୀ ବାଣ ବିସ୍ଫୋରଣ: ଆଖି ବୁଜିଲେ ଆଉ ୨ ଗୁରୁତର, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

 Breaking News

ପୁରୀ ବାଣ ବିସ୍ଫୋରଣ: ଆଖି ବୁଜିଲେ ଆଉ ୨ ଗୁରୁତର, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ: ଆଖି ବୁଜିଲେ ଆଉ ୨ ଗୁରୁତର, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
June 02
12:35 2024

ପୁରୀ, ୨/୬: ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।
ଗତକାଲି ମୃତ୍ୟୁ ସଂଖ୍ୟା ୯ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ମୃତକଙ୍କ ପରିବାରକୁ ଜିଲ୍ଲାପାଳ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଅନ୍ୟ ୧୯ ଜଣ ଚିକିତ୍ସାଧୀନ ଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଗତ ବୁଧବାର (ମେ’ ୨୯ ତାରିଖ) ପୁରୀରେ ନରେନ୍ଦ୍ର ପୁଷ୍କରିଣୀ ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟିଥିଲା।
ଏଥିରେ ପ୍ରାୟ ୪୦ ଜଣ ଆହତ ହୋଇଥିଲେ। ଯେଉଁମାନଙ୍କର ସ୍ଥିତି ଗୁରୁତର ଥିଲା, ସେମାନଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସାମାନ୍ୟ ଆହତ ଥିବା ଲୋକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଦିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031