Indus Valley Times

ପୁରୀ : ମେରାଇନ୍ ଡ୍ରାଇଭରେ ସିରିଜ୍ ଦୁର୍ଘଟଣା, ୨ ମୃତ

 Breaking News

ପୁରୀ : ମେରାଇନ୍ ଡ୍ରାଇଭରେ ସିରିଜ୍ ଦୁର୍ଘଟଣା, ୨ ମୃତ

ପୁରୀ : ମେରାଇନ୍ ଡ୍ରାଇଭରେ ସିରିଜ୍ ଦୁର୍ଘଟଣା, ୨ ମୃତ
February 12
12:42 2023

ପୁରୀ,୧୨/୨: ପୁରୀ ଜିଲ୍ଲା ଭୂଆଁ ଛକ ନିକଟରେ ରବିବାର ଏକ ଟ୍ରାଭେରା ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଟୋଟି କୋଣାର୍କରୁ ପୁରୀ ଆଡ଼କୁ ଆସୁଥିବା ବେଳେ ଟ୍ରାଭେରାଟି ପୁରୀରୁ କୋଣାର୍କ ଅଭିମୁଖେ ଯାଉଥିଲା। ଅଟୋରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ପର୍ଯ୍ୟଟକମାନେ ଥିଲେ। ସେମାନେ କୋଣାର୍କରେ ବୁଲାବୁଲି କରି ପୁରୀ ଆସୁଥିଲେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ।
ସେହିପରି ଟ୍ରାଭେରାଟିରେ କିଛି ବଙ୍ଗୀୟ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଯାଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦ୍ରୁତିଗତି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ମହିଳାଙ୍କ ସହିତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ଟ୍ରାଭେରା ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ପରେ କୋଣାର୍କ ପଟରୁ ପୁରୀ ଆସୁଥିବା ଏକ ବାଇକ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଟ୍ରାଭେରାଟି ଭାରସାମ୍ୟ ହରାଇ ବାଇକଟିକୁ ପିଟି ଦେଇଥିଲା। ଫଳରେ ସେଥିରେ ବସିଥିବା ବାଦଲ ରାଉତ ଓ ତାଙ୍କ ପୁଅ ଆହତ ହୋଇଛନ୍ତି। ବାଦଲଙ୍କ ଡାହାଣ ଗୋଡ଼ ଓ ହାତ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ତାଙ୍କ ନାବାଳକ ପୁଅର ଗୋଡ଼ରେ ଶକ୍ତ ଆଘାତ ଲାଗିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031