Indus Valley Times

ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି ରାମାନ୍ନା

 Breaking News

ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି ରାମାନ୍ନା

September 25
10:20 2021

ପୁରୀ ୨୫/୯ : ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରାମାନ୍ନା । ତାଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ, ଏସ୍ପି , ଛତିଶା ନିଯୋଗ ସେବାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ । ଏହାସହ ଗଲାବେଳେ ଅରୁଣ ସ୍ତମ୍ଭ ନିକଟରେ ୫୦୦ ଟଙ୍କା ଦାନ କରିଛନ୍ତି ।
ଗତ ସନ୍ଧ୍ୟାରେ ଆସି ପୁରୀରେ ପହଂଚିଥିଲେ ପ୍ରଧାନ ବିଚାରପତି ଏନ ଭି ରାମାନ୍ନା । ପହଂଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭି.କେ ପାଣ୍ଡିଆନ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ଓ ଏସପି ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ପରେ ପ୍ରାୟ ରାତି ଏଗାରଟାରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ଦେଖିଥିଲେ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିବାରୁ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ବାର ସମ୍ମୁଖ ଅଂଚଳରେ ବୁଲିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ହେରିଟେଜ କରିଡୋର ଓ ସୁରକ୍ଷା ଜୋନର କାମ ସମ୍ପର୍କରେ ଅବଗତ କରିଥିଲେ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031