Indus Valley Times

ପୁରୀ ରଥଯାତ୍ରାରେ ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ: ପରିବହନ ମନ୍ତ୍ରୀ

 Breaking News

ପୁରୀ ରଥଯାତ୍ରାରେ ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ: ପରିବହନ ମନ୍ତ୍ରୀ

ପୁରୀ ରଥଯାତ୍ରାରେ ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ: ପରିବହନ ମନ୍ତ୍ରୀ
June 09
16:28 2025

ପୁରୀ, ୯/୬: ଆସୁଛି ପତିତପାବନଙ୍କ ଘୋଷଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହାରି ଭିତରେ ରଥଯାତ୍ରା ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବଡ ସୂଚନା ଦେଇଛନ୍ତି । ଭକ୍ତଙ୍କ ପାଈଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋସେବା ପ୍ରଦାନ କରାଯିବ ।
ଏହାସହ ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ। ପୁରୀକୁ ୨୫୦ ଟି ବସ ଚଳାଚଳ ପାଈଁ ସ୍ୱତନ୍ତ୍ର ପରମିଟ ଦିଆଯିବ ସହ ରେଟ ଚାର୍ଟ ଲଗାଯିବ ।
ଖାଲି ସେତିକି ନୁହେଁ ଚଳିତବର୍ଷ ରଥଯାତ୍ରାରେ ଏଆଇର ବ୍ୟବହାର କରାଯିବ । ଅପରାଧ ଓ ଭିଡ଼ ନିୟନ୍ତ୍ରଣ ପାଈଁ ସିସିଟିଭି ଓ ଇଣ୍ଟି ଗ୍ରେଟେଡ଼ କଣ୍ଟ୍ରୋଲ ରୁମର ସହାୟତା ନିଆଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031