Indus Valley Times

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରର ୨୦ଟି ଚୁଲିକୁ ଭାଙ୍ଗିଲେ ଦୁର୍ବୃତ୍ତ

 Breaking News

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରର ୨୦ଟି ଚୁଲିକୁ ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରର ୨୦ଟି ଚୁଲିକୁ ଭାଙ୍ଗିଲେ ଦୁର୍ବୃତ୍ତ
July 02
16:25 2022

ପୁରୀ,୨/୭: ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସେଠାରେ ନୂଆ ଚୁଲି ତିଆରି ହୋଇଥିଲା। କାଲି ରାତିରେ କେହି ସେଠାରେ ପଶି ୨୦ଟି ଚୁଲି ଭାଙ୍ଗି ଦେଇଛି। କିଏ ଭାଙ୍ଗିଛି ତାହା ଜଣାପଡ଼ିନି। ଯିଏ ପାରି ସିଏ ଏବେ ତା’ ଭିତରକୁ ପଶିଯାଉଛନ୍ତି। କିଛି ବ୍ୟବସ୍ଥା ନାହିଁ। ତେଣୁ କିଏ ପଶି ଭାଙ୍ଗି ଦେଇଥିବ।
ସେ ଆହୁରି କହିଛନ୍ତି, ଆସନ୍ତାକାଲିଠୁ ଆଡ଼ପ ଅବଢ଼ା ରନ୍ଧା ହେବା ପାଇଁ ଏହି ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା।
ସୁଆର ସେବାୟତ ଟୁଲୁ ମହାସୁଆର କହିଛନ୍ତି, ୫ ଦିନ ପୂର୍ବରୁ ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା। ମୋଟ ୭୫୨ଟି ଚୁଲି ତିଆରି କରାଯାଇଥିଲା।
ତା’ ମଧ୍ୟରୁ ୨୦ଟି ଚୁଲିକୁ ଭାଙ୍ଗି ଦିଆଯାଇଛି। କେହି ଏଗୁଡ଼ିକୁ ହାତରେ ଭାଙ୍ଗିଛି। ଶ୍ରୀମନ୍ଦିର ରୋଷଘର ଚୁଲି ଭଳି ଏଗୁଡ଼ିକୁ ତଡ଼ା ଯାଇନି। ଚୁଲି ଗୁଡ଼ିକର ମାଟି କଞ୍ଚା ଥିବାରୁ ହାତରେ ଭଙ୍ଗା ଯାଇଛି। ବାହାର ଲୋକେ କେହି ଭାଙ୍ଗି ନାହାନ୍ତି। ଆମ ସେବାୟତ ଭାଇଙ୍କ ଭିତରୁ କେହି ଚୁଲି ଗୁଡ଼ିକୁ ଭାଙ୍ଗି ଥିବା ଭଳି ମନେ ହେଉଛି।
ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ଶରଧା ବାଲିରେ ରଥ ଉପରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ରୋଷଘରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ୍ ଜଗନ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930