Indus Valley Times

ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ

 Breaking News

ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ

July 10
17:18 2021

ପୁରୀ, ୧୦/୭ : ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ଶୁକ୍ରବାର ରାତିରେ ଗଛକାଳିସ୍ଥିତ ବାସଭବନରେ ସେ ଶୋଇଥିବା ବେଳେ ମୃତ୍ୟୁ ଘଟିଛି। ଆଜି ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସ୍ୱର୍ଗତ ପରଶମଣି ଜଣେ ଅମାୟିକା ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ। କିନ୍ତୁ ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ୍ତ ଥିଲେ ପରଶମଣି। ମାତ୍ର ୭ ବର୍ଷ ବୟସରୁ ୩୦ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ବେଳେ ନୃତ୍ୟ ପରିବେଷଣ କରୁଥିଲେ। ପରେ ଦୀର୍ଘବର୍ଷ ଧରି ଗୀତଗୋବିନ୍ଦ, ଓଡିଶୀ ଛାନ୍ଦ, ଚମ୍ପୁ ଆଦି ବୋଲି ବିଶେଷ ଆଦୃତ ହୋଇଥିଲେ। ମୁକ୍ତିମଣ୍ଡପ ସମ୍ମୁଖ ମାଜଣା ମଣ୍ଡପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ଓ ଜଣାଣ ମଧ୍ୟ ଗାନ କରୁଥିଲେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ବହୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031