Indus Valley Times

ପୁଲିସ୍ ଏସ୍ଆଇ ପରୀକ୍ଷାରେ ବିଭ୍ରାଟ, ଦେଖାଦେଲା ତୀବ୍ର ଉତ୍ତେଜନା

 Breaking News

ପୁଲିସ୍ ଏସ୍ଆଇ ପରୀକ୍ଷାରେ ବିଭ୍ରାଟ, ଦେଖାଦେଲା ତୀବ୍ର ଉତ୍ତେଜନା

ପୁଲିସ୍ ଏସ୍ଆଇ ପରୀକ୍ଷାରେ ବିଭ୍ରାଟ, ଦେଖାଦେଲା ତୀବ୍ର ଉତ୍ତେଜନା
August 20
15:29 2022

ଭୁବନେଶ୍ବର,୨୦/୮: ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।
ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ସେ ଟୁଇଟ୍ କରି କହିଛନ୍ତି, ଏହା ସଫ୍ଟଓୟାରରେ ତ୍ରୁଟି ପାଇଁ ହୋଇଛି। ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି, ବୈଷୟିକ ତ୍ରୁଟି ପାଇଁ କିଛି ଜାଗାରେ ବିଭ୍ରାଟ ଘଟିଥିବା ସୂଚନା ମିଳିଛି।
ପ୍ରଶ୍ନପତ୍ର ଠିକ୍ ଭାବେ ଡାଉନଲୋଡ୍ ହୋଇପାରି ନଥିବା ଯୋଗୁ ସିପିଏସଇ-୨୦୧୮ ପରୀକ୍ଷାରେ ଏଭଳି ସମସ୍ୟା ଉପୁଜିଛି। ତେବେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ।
ତେବେ ପରୀକ୍ଷାରେ ଏଭଳି ବିଭ୍ରାଟ ଲାଗି ଅଶାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ସୂଚନାଯୋଗ୍ୟ ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଷ୍ଟାଫ୍ ସିଲେକସନ କମିସନ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପରିଚାଳନା କରି ଆସୁଥିବା ବେଳେ ଏଥର ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ପରୀକ୍ଷା ପରିଚାଳନା କରୁଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031