Indus Valley Times

ପୁଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା; ବଟି ଆଦାୟ ଅଭିଯୋଗ ଗିରଫ ହେଲେ ବେବି

 Breaking News

ପୁଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା; ବଟି ଆଦାୟ ଅଭିଯୋଗ ଗିରଫ ହେଲେ ବେବି

October 25
21:22 2021

ଭୁବନେଶ୍ବର/କଟକ, ୨୫/୧୦ : ପୁଲିସ ପଂଝାରେ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ମାନସୀ ନାୟକ ଓରଫ ବେବି । ବଟି ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି ବେବି । ଗତ ସପ୍ତାହେ ପୂର୍ବରୁ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ, ବେବିର ସହାୟତାରେ ଜଣେ ବିଲଡରଙ୍କୁ ଦାଦାବଟି ମାଗିଥିବା ଅଭିଯୋଗ ହୋଇଥିଲା ।
ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ମାନସୀ ନାୟକ ଓରଫ ବେବି ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା। ଆଉ ବେବିକୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ପୁଲିସ ।
ଗତ ସପ୍ତାହେ ତଳେ କଟକ ଶିଶୁଭବନ ଛକରେ କିଛି ଦୁର୍ବୃତ୍ତ ଜଣେ ବିଲଡରଙ୍କୁ ଦାଦବଟି ମାଗିଥିଲା । ଆଉ ଏହି ଦୁର୍ବୃତ୍ତଙ୍କୁ ବେବି ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା ।
ମାନସୀ ଓରଫ ବେବି ନାଁରେ କଟକରେ ଅନେକ ଅପରାଧିକ ମାମଲା ରହିଛି । ଏପରିକି ୨୦୧୫ ମସିହାରେ ବେବି ଏକ ହତ୍ୟା ମାମଲାରେ ଜେଲ ବି ଯାଇଥିଲା ।
ଆଉ ଜେଲରୁ ବାହାରିବା ପରେ ସକିଲ ପାଇଁ କାମ କରୁଥିଲା । କଟକରେ ସକିଲ ନାଁରେ ବି ପୁଳା ପୁଳା ଅଭିଯୋଗ ରହିଛି । ଶକିଲ କଟକର ଏକାଧିକ ଦାଦାବଟି ଓ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ରହିଛି।
କୁହାଯାଉଛି ଜେଲରେ ଥାଇ ସୁଦ୍ଧା ସକିଲ ନିଜର ପ୍ରେମିକା ଜରିଆରେ ନିଜର ନେଟୱର୍କ ଜାରି ରଖିଥିଲା । ବେବିକୁ ମୋହରା କରି ଦାଦବଟି ଆଦାୟ କରୁଥିଲା ।
ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବେବି ଉପରେ ନଜର ରଖିଥିଲା ପୁଲିସ । ପୂର୍ବରୁ ସକିଲର ଦୁଇଜଣ ମହିଳା ସହଯୋଗୀ ଗିରଫ ହୋଇସାରିଛନ୍ତି । ଏବେ ସକିଲର ନେଟୱର୍କ ଚଳାଉଥିବା ବେବି ଗିରଫ ହେବା ପରେ ସକିଲ ସାମ୍ରାଜ୍ୟର କଳାଗୁମର ଖୋଲିବ ବୋଲି କୁହାଯାଉଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031