Indus Valley Times

ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ଜବାବ ଦେଲେ ସୋନିଆ

 Breaking News

ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ଜବାବ ଦେଲେ ସୋନିଆ

ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ଜବାବ ଦେଲେ ସୋନିଆ
October 16
16:37 2021

ନୂଆଦିଲ୍ଲୀ,୧୬/୧୦: ଜାତୀୟ କଂଗ୍ରେସର କନ୍ଧଳ ମଧ୍ୟରେ ନୂଆ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସୋନିଆଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଳ୍ୟୁସି) ବୈଠକ ଅନୁଷ୍ଠିତ ହୋଇଛି । ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରୁଥିବା ଅସନ୍ତୁଷ୍ଟ ନେତାଙ୍କୁ କଡ଼ା ସମାଲୋଚନା କରିବା ସହ ମୁଁ କଂଗ୍ରେସର ଫୁଲ ଟାଇମ୍ ଅଧ୍ୟକ୍ଷ ବୋଲି କହିଛନ୍ତି । କଂଗ୍ରେସର ଅଧ୍ୟକ୍ଷ ତଥା ସାଂଗଠନିକ ନିର୍ବାଚନକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧି ପ୍ରାରମ୍ଭିକ ଉଦବୋଧନରେ କହିଛନ୍ତି କଂଗ୍ରେସର ପ୍ରତ୍ୟେକ ସଦସ୍ୟ ଦଳର ପୁନର୍ଜିବନ ଚାହୁଁଛନ୍ତି । ତେବେ ଏଥିପାଇଁ ଦଳର ଏକତା ତଥା ସ୍ୱାର୍ଥ ପାଇଁ ସର୍ବୋପରି ଏକାଠି ହେବା ଆବଶ୍ୟକ । ଏଥିପାଇଁ ସେ ଦଳର ନେତାଙ୍କୁ ଆତ୍ମନିୟନ୍ତ୍ରଣ ଓ ଆନୁଶାସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ବିଦ୍ରୋହି ନେତା ସମୂହ ତଥା ଜି-୨୩କୁ ପରୋକ୍ଷରେ ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧି । ମୁଁ ପୁର୍ଣ୍ଣକାଳୀନ ତଥା କଂଗ୍ରେସର ସଭାପତି । ଗଣମାଧ୍ୟମରେ ମୋ ସହିତ କଥାବର୍ତ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତେ ମିଳିମିଶି ଆଲୋଚନା କରିବା, ଲୁଚାଛପାରେ ସମାଧାନ ମିଳିବ ନାହିଁ । ସାଂଗଠନିକ ନିର୍ବାଚନ ଏବଂ ଅଧ୍ୟକ୍ଷ ନିର୍ବାଚନ ସଂମ୍ପର୍କରେ ସୋନିଆ ଗାନ୍ଧି କହିଛନ୍ତି, ନିୟମିତ କଂଗ୍ରେସ ମୁଖ୍ୟଙ୍କ ପାଇଁ ଜୁନ୍ ୩୦ ସୁଧ୍ୟା ରୋଡ଼ ମ୍ୟାପ ଶେଷ ହୋଇଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ସମୟସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଥିଲା । ଆଜି ସବୁଦିଗ ପାଇଁ ଆଲୋଚନା ମାଧ୍ୟମରେ ସ୍ପଷ୍ଟତା ଆଣିବାର ଏକ ସୁଯୋଗ ଦେଇଛି ।
ସେହିପରି ଲଖିମପୁର ଖେରି ହିଂସା ଘଟଣା ଉପରେ ମଧ୍ୟ ବିଜେପିକୁ ଆଲୋଚନା କରିଛନ୍ତି ସୋନିଆ ଗାନ୍ଧି । ବିଜେପିକ ୁ ଟାର୍ଗେଟ କରି ସୋନିଆ ଗାନ୍ଧି କହିଛନ୍ତି, ଏହି ହିଂସା କାଣ୍ଡରେ ବିଜେପିର ମାନସିକତାକୁ ଦର୍ଶାଉଛି । କୃଷକଙ୍କ ଆନ୍ଦୋଳନକୁ ବିଜେପି କିପରି ଦେଖୁଛି ତାହା ଏଥିରୁ ଅନୁମାନ କରୁଛି ।
ସୁଚନାଯୋଗ୍ୟ ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ ଜି-୨୩ କ୍ର୍ରମାଗତ ଭାବେ ସିଡବ୍ଲ୍ୟୁସି ବୈଠକ ଡାକିବାକି ଦାବି କରୁଥିଲେ । ଗତ ମାସରେ ହୋଇଥିବା ପଞ୍ଜାବରେ ହୋଇଥିବା ଅଶାନ୍ତି ମଧ୍ୟରେ କପିଲ ସିବଲ ପ୍ରଶ୍ନ କରିଥିଲେ, ପୁର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ କି’ଏ ନିଷ୍ପତ୍ତି ନେଉଛନ୍ତି ?

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031