Indus Valley Times

ପେଟ୍ରୋଲ ପମ୍ପ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଗଲା କମିଶନର ସଞ୍ଜୀବ ପଣ୍ଡା ଝିଅ

 Breaking News

ପେଟ୍ରୋଲ ପମ୍ପ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଗଲା କମିଶନର ସଞ୍ଜୀବ ପଣ୍ଡା ଝିଅ

October 07
20:05 2020

ଭୁବନେଶ୍ବର୭/୧୦: ବୁଧବାର ଦିନ ଦୁଇ ପହରେ ଭୁବନେଶ୍ବର ରାଜଭବନ ନିକଟ ଏଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଭୟଙ୍ଗର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ପାଖାପାଖି ୧୦/୧୨ ଜଣ ଆହାତ ହୋଇଥିବା ବେଳେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଦେଖଣାହାରୀଙ୍କ ଛାତି ଥରି ଉଠିଥିଲା।


ଏହି ବିସ୍ଫୋରଣର ପ୍ରଭାବ କେତେ ଭୟାବହ ଥିଲା, ସେ ସଂପର୍କରେ ଆଇପିଏସ୍ ଅଧିକାରୀ ତଥା ଟ୍ରାନ୍ସପୋର୍ଟ କମିଶନର ସଞ୍ଜୀବ ପଣ୍ଡା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।


ସେ କହିଛନ୍ତି, ରାଜଭବନ ନିକଟରୁ ମାତ୍ର କିଛି ମିଟର ଦୂରରେ ତାଙ୍କ ଘର। ଦିନ ପାଖାପାଖି ୧ଟା ୧୦ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଶବ୍ଦ ଏତେ ଜୋର୍ ଥିଲା ଯେ, ପୁରା ଆଖପାଖ ଅଞ୍ଚଳ କମ୍ପନ କରିଥିଲା।


ବିସ୍ପୋରଣ ସମୟରେ ତାଙ୍କ ଝିଅ ଶ୍ରେୟା ପାଠ ପଢ଼ୁଥିଲେ। ସେ ପାଠ ପଢ଼ିବା ବେଳେ ହଠାତ୍ ଏହି ବିସ୍ଫୋରଣ ହୋଇଥିଲା।


ସେହି ରୁମ୍ ଝରକାରେ ଲାଗିଥିବା କାଚ ଭାଙ୍ଗି ତାଙ୍କ ଝିଅ ଉପରେ ପଡିଥିଲା। କାଚ ଗୁଡିକ ଚାରିଆଡେ ଛିନ୍ଛତର ହୋଇ ପଡିଥିଲା। ସୌଭାଗ୍ୟବଶତଃ ତାଙ୍କ ଝିଅ ଶ୍ରେୟାଙ୍କର କିଛି କ୍ଷତି ହୋଇ ନାହିଁ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031