Indus Valley Times

ପେଟ୍ରୋଲ ଓ ଡିଜେଲ ବୃଦ୍ଧିକୁ ଦୃଷ୍ଟିରେ ରଖି ବସ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର

 Breaking News

ପେଟ୍ରୋଲ ଓ ଡିଜେଲ ବୃଦ୍ଧିକୁ ଦୃଷ୍ଟିରେ ରଖି ବସ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର

ପେଟ୍ରୋଲ ଓ ଡିଜେଲ ବୃଦ୍ଧିକୁ ଦୃଷ୍ଟିରେ ରଖି ବସ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର
October 16
16:34 2021

ଭୁବନେଶ୍ୱର,୧୬/୧୦: କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକଙ୍କ ସୂଚନା ମୁତାବକ, ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସା ବଢିଛି।
ସେହିପରି ଡିଲକ୍ସ ବସ୍ କିଲୋମିଟର ପ୍ରତି ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ ବସ୍ ଭଡ଼ା ୧ଟଙ୍କା ୫୭ ପଇସାରୁ ୧ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି। ଏହାସହ ସୁପର ପ୍ରିମିୟମ ବସ୍ ଭଡ଼ା ୨ଟଙ୍କା ୪୪ରୁ ବଢି ୨ ଟଙ୍କା ୫୩ ପଇସା ହୋଇଛି।
ସୂଚନାଯୋଗ୍ୟ, କ୍ରମାଗତ ଭାବେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ତୈଳ ଦର ମହଙ୍ଗା ହୋଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୫୨ ପଇସା ବଢ଼ିଛି। ସେହିପରି ଡିଜେଲ ୫୫ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୧୦୬.୪୨ ଟଙ୍କା ଓ ଡିଜେଲ ଦର ୧୦୨.୭୭ ଟଙ୍କା ହୋଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031