Indus Valley Times

ପୋଖରୀ ସଫେଇକୁ ନେଇ ଜନ ଅସନ୍ତୋଷ : ଯଥାଶୀଘ୍ର ପୋଖରୀ ସଫେଇ କରିବାକୁ ସାଧାରଣରେ ଦାବି

 Breaking News

ପୋଖରୀ ସଫେଇକୁ ନେଇ ଜନ ଅସନ୍ତୋଷ : ଯଥାଶୀଘ୍ର ପୋଖରୀ ସଫେଇ କରିବାକୁ ସାଧାରଣରେ ଦାବି

ପୋଖରୀ ସଫେଇକୁ ନେଇ ଜନ ଅସନ୍ତୋଷ : ଯଥାଶୀଘ୍ର ପୋଖରୀ ସଫେଇ କରିବାକୁ ସାଧାରଣରେ ଦାବି
April 07
19:58 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୭/୪ : ଖରାଦିନ ଆରମ୍ଭରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଜଳ ସଙ୍କଟ ଦେଖା ଦେଲାଣୀ । ଅନ୍ୟପଟେ ବର୍ତ୍ତମାନ ସମୟରେ କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଚାଲିଛି । ଜିଲ୍ଲାର ବାଲିଗୁଡ଼ା ସହରରେ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଆନୁକୁଲ୍ୟରେ ଆସନ୍ତା ୧୦ ତାରିଖରେ ୩୩ ତମ ଅଷ୍ଟଶମ୍ଭୁ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି ।
ଏଭଳି ସ୍ଥିତିରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟରେ ବହୁ ପୁରାତନ ଦୁଇଟି ପୋଖରୀ ରହିଛି । ବର୍ତ୍ତମାନ ସମୟରେ ଗୋଟିଏ ପୋଖରୀ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି ଯାହାର ଉଦ୍ଧାର କାର୍ଯ୍ୟ ଚାଲୁରହିଛି ।
ସେପଟେ ଅନ୍ୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସରିଥିଲେ ମଧ୍ୟ ବର୍ତ୍ତମାନ ସମୟରେ ପୋଖରୀରେ ବିଭିନ୍ନ ଆବର୍ଜନା ଭରିରହିଛି । ଯାହାଫଳରେ ପୋଖରୀ ଜଳ ବ୍ୟବହାର ଅନୁପଯୋଗୀ ବୋଲି ସାଧାରଣ ଲୋକ ମତ ଦେଇଛନ୍ତି ଏବଂ ଏନେଇ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି ।
ଆସନ୍ତା ୧୦ ତାରିଖରେ ଅଷ୍ଟଶମ୍ଭୁ ସମାରୋହରେ ଆଠଟି ଦଣ୍ଡଥଳ ଯୋଗଦେବାକୁ ଥିବାବେଳେ ପାଣିଦଣ୍ଡ ସମୟରେ ଆଠଟି ଦଣ୍ଡଥଳର ଦଣ୍ଡୁଆ,ନାଚୁଆ ଆଦି ସମସ୍ତ ଭକ୍ତ ବହୁ ଅସୁବିଧାର ସମ୍ମୁଖୀନ ହେବେ ।
ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉକ୍ତ ପୋଖରୀର ସଫେଇ କାର୍ଯ୍ୟ କରିବାକୁ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଓ ସାଧାରଣ ଲୋକ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ଅଷ୍ଟଶମ୍ଭୁ ସମାରୋହକୁ ଆଉ ମାତ୍ର ତିନିଦିନ ବାକି ରହିଥିବାବେଳେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031