Indus Valley Times

ପୋଲତଳକୁ ଖସିପଡ଼ିଲେ ବାଇକ ଆରୋହୀ; ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

 Breaking News

ପୋଲତଳକୁ ଖସିପଡ଼ିଲେ ବାଇକ ଆରୋହୀ; ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

October 29
17:50 2024

ବାଲେଶ୍ୱର, ୨୯/୧୦ : ପୋଲ ତଳକୁ ଖସି ପଡ଼ିଲା ବାଇକ୍‌। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁ ପଞ୍ଚାୟତ ପିତାକାଳିଆ ନିକଟରେ। ମୃତକଙ୍କ ନାଁ ରବୀନ୍ଦ୍ର ସାହୁ। ଆହତଙ୍କ ନାଁ ରବୀନ୍ଦ୍ର ମଣ୍ଡଳ। ଉଭୟ ନଦୀଗାଁ ପଞ୍ଚାୟତ କାନପୁର ଗାଁର।
ଦୁଇ ରବୀନ୍ଦ୍ର ଆଜି ଗୋଟିଏ ବାଇକରେ ତୁଡ଼ିଗଡ଼ିଆ ବଜାରରୁ ସେମାନଙ୍କ ଗାଁ କାନପୁରକୁ ଫେରୁଥିଲେ। ପିତାକାଳିଆ ନିକଟରେ ରାସ୍ତା ଖରାପ ଥିବାରୁ ଭାରସାମ୍ୟ ହରାଇ ସେମାନେ ବାଇକ ସହିତ ପୋଲ ତଳକୁ ଖସି ପଡ଼ିଥିଲେ। ରବୀନ୍ଦ୍ର ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆହତ ରବୀନ୍ଦ୍ର ମଣ୍ଡଳକୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ସୋର-କୁପାରୀ ରାସ୍ତା ଅବରୋଧ କରିଛନ୍ତି। ପୁଲିସ ସେମାନଙ୍କୁ ବୁଝାସୁଝା କରୁଥିଲେ ହେଁ ସେମାନେ ରାସ୍ତାରୋକରୁ ହଟି ନାହାନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି।
ସ୍ଥାନୀୟ ବାସିନ୍ଦା ଜୟନ୍ତ କୁମାର ସ୍ୱାଇଁ କହିଛନ୍ତି, ଏଠାରେ ରାସ୍ତାକାମ ଭଲରେ ହେଉ ନାହିଁ। ନୂଆ ରାସ୍ତା ନକରି କେବଳ ତାକୁ ମରାମତି କରୁଛନ୍ତି। ତାହା ବି ଠିକ ଭାବରେ ହେଉ ନାହିଁ। ତେଣୁ ରାସ୍ତାରେ ଖାଲ ଅଛି। କୁପାରୀ ଖାଦାନ ଯୋଗୁ ୧୨,୧୪ ଓ ୧୬ ଚକିଆ ଟ୍ରକ୍ ସବୁ ଏହି ରାସ୍ତାରେ ଚାଲୁଛନ୍ତି। ତେଣୁ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହୋଇଯାଉଛି। ତେଣୁ ଲୋକେ ଦାବି କରିଛନ୍ତି ଯେ ଜିଲ୍ଲାପାଳ ନିଜେ ଆସି ଏଠାରେ ସ୍ଥିତି ଦେଖନ୍ତୁ ଓ ରାସ୍ତା କିପରି ଠିକ ଭାବରେ ଠିକ ସମୟରେ କାମ ହେବ, ସେ ନେଇ ପ୍ରତିଶ୍ରୁତି ଦିଅନ୍ତୁ। ସେହିଭଳି କୁପାରୀ ଖାଦାନ ଓ କ୍ରସରଗୁଡ଼ିକ ଯୋଗୁ ଏହି ରାସ୍ତାରେ ୨୦୦ରୁ ୩୦୦ ଟ୍ରକ ଯିବାଆସିବା କରୁଥିବା ବେଳେ ସେଗୁଡ଼ିକୁ କେବଳ ରାତି ୧୦ଟା ପରେ ଚଲାଇବାକୁ ଅନୁମତି ଦିଆଯାଉ ବୋଲି ଲୋକେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031