Indus Valley Times

ପୋଲାଣ୍ଡ ସୁନ୍ଦରୀ କାରୋଲିନା ହେଲେ ମିସ୍ ୱାର୍ଲ୍ଡ -୨୦୨୧

 Breaking News

ପୋଲାଣ୍ଡ ସୁନ୍ଦରୀ କାରୋଲିନା ହେଲେ ମିସ୍ ୱାର୍ଲ୍ଡ -୨୦୨୧

ପୋଲାଣ୍ଡ ସୁନ୍ଦରୀ କାରୋଲିନା ହେଲେ ମିସ୍ ୱାର୍ଲ୍ଡ -୨୦୨୧
March 17
16:29 2022

ନୂଆଦିଲ୍ଳୀ ୧୭/୩ : ମିସ୍ ୱାର୍ଲ୍ଡ ୨୦୨୧ କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ମିସ୍ ୱାର୍ଲ୍ଡ ୨୦୨୧ର ରେଜଲ୍ଟ ଆସିଯାଇଛି। ପୋଲାଣ୍ଡର କାରୋଲିନା ବିଲାୱସ୍କା ପୁଏର୍ତୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡର ମୁକୁଟ ଜିତିଛନ୍ତି।
ପୁଏର୍ତୋ ରିକୋର ସାନ ଜୁଆନର କୋକାକୋଲା ମ୍ୟୁଜିକ୍ ହଲରେ କରୋନେସନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଜେତା କରୋଲିନା ବିଲାୱସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀ ସାଇନି ଏବଂ ଦ୍ୱିତୀୟ ରନରଅପ୍ ଅଲିଭିଆ ୟେସ୍ ହୋଇଥିଲେ। ସାଇନି ହେଉଛନ୍ତି ଭାରତୀୟ ମୂଳ ଆମେରିକୀୟ ନାଗରିକ।
ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପରେ ମିସ୍ ଓ୍ବାଲର୍ଡ ଉପରେ ଭାରତର ନଜର ଥିଲା। କିନ୍ତୁ ଏହି ସ୍ବପ୍ନ ଭାଙ୍ଗିଗଲା ଯେତେବେଳେ ଭାରତର ପ୍ରତିନିଧିତ୍ୱ କରୁଥିବା ମନସା ବାରାଣସୀ ଟପ୍ ୬ରେ ସ୍ଥାନ ନେଇ ପାରି ନ ଥିଲେ।
ମିସ୍ ଓ୍ବାଲର୍ଡ ୨୦୨୧ ଟାଇଟଲ ଜିତିଥିବା ପୋଲାଣ୍ଡର କରୋଲିନା ବର୍ତ୍ତମାନ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ କରୋଲିନା ଟେନିସ୍ ,ବ୍ୟାଡମିଣ୍ଟନ୍ ଖେଳିବା ସହିତ ସୁଇମିଂ ଏବଂ ସ୍କୁବା ଡାଇଭିଂ କରିବାକୁ ମଧ୍ୟ ଭଲ ପାଆନ୍ତି।
ମିସ୍ ୱାଲର୍ଡ ଅର୍ଗାନାଇଜେସନ୍ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କରୋଲିନା ସାମାଜିକ କାର‌୍ୟ୍ୟ ପାଇଁ କାମ କରନ୍ତି । ତାଙ୍କ ପ୍ରକଳ୍ପର ନାମ ହେଉଛି ଜୁପା ନା ପିଟ୍ରିନି, ଯାହା ମାଧ୍ୟମରେ ସେ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ଲୋକଙ୍କୁ ଏହି ବିଷୟରେ ଅବଗତ ମଧ୍ୟ କରାନ୍ତି। ସେ ସମାଜରେ ବ୍ୟାପିଥିବା ମନ୍ଦ ବିରୁଦ୍ଧରେ ଲଢନ୍ତି । ତାଙ୍କ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ପୋଲାଣ୍ଡର ଲୋଜ୍ ସହରର ଅଭାବୀ ଲୋକଙ୍କୁ ଖାଦ୍ୟ, ପୋଷାକ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଇବା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031