Indus Valley Times

ପୋଲିସ ମୁଖ୍ୟାଳୟରେ ୬୬ ତମ ସ୍ମୃତି ଦିବସ ପାଳିତ, ମାଓ ଦମନରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି

 Breaking News

ପୋଲିସ ମୁଖ୍ୟାଳୟରେ ୬୬ ତମ ସ୍ମୃତି ଦିବସ ପାଳିତ, ମାଓ ଦମନରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି

ପୋଲିସ ମୁଖ୍ୟାଳୟରେ ୬୬ ତମ ସ୍ମୃତି ଦିବସ ପାଳିତ, ମାଓ ଦମନରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି
October 21
12:42 2025

ଓଡ଼ିଶା, ୨୧/୧୦ : କିଛି ବର୍ଷ ପୂର୍ବରୁ ପୋଲିସ ସହିଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ସହିଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ଘଟିଛି ।
ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ।
ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି କ୍ଷ
ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଡିଜିପି ଖୁରାନିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ସହିଦ ହୋଇଥିବା ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ ପୋଲିସ ବାହିନୀ ପକ୍ଷରୁ ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ଡିଜିପି କହିଛନ୍ତି ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ପୋଲିସ ସହିଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି । ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଜମ୍ମୁ-କାଶ୍ମୀର, ପଞ୍ଜାବ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆମ ପୋଲିସ ଅଧିକାରୀ ଓ ଯବାନମାନେ ବୀରତ୍ୱର ସହିତ ଯୁଦ୍ଧ କରୁଛନ୍ତି ।
ଆମ ରାଜ୍ୟର ସାହସୀ ପୋଲିସ କର୍ମଚାରୀମାନଙ୍କର ବୀରତ୍ୱ ଯୋଗୁଁ, ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥାପନ କରିପାରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହାର ପ୍ରୟାସ ଜାରି ରଖିବୁ ବୋଲି ଡିଜିପି କହିଛନ୍ତି ।
ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର ୧୯୧ ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି । ଯେଉଁଥିରେ ଓଡିଶାରୁ ୨ ଜଣ ଅଛନ୍ତି । ସହିଦ ରାୟଗଡା ଜିଲ୍ଲାର ଆଇଆରବିର ଲକ୍ଷ୍ମଣ ମାଝୀ, କଟକର ଓଏପିଏଫ୍ ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଉଭୟଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଡିଜିପି ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୋଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ ।
ଆଜିର ଏହି କାର‌୍ୟ୍ୟକ୍ରମରେ କ୍ରାଇମବ୍ରାଞ୍ଚ ଡିଜିପି ବିନୟ ତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଆଣ୍ଟି ନକ୍ସଲ ଅପରେସନ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହିଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031