Indus Valley Times

ପୋଷଣ ଅଭିଯାନ ୨୦୨୫-୨୬ କାର୍ଯ୍ୟକ୍ରମ ପରିଚାଳନା ଅଧୀନ ଜିଲ୍ଲା ସ୍ତରୀୟ ଅଭିସରଣ କମିଟି ବୈଠକ

 Breaking News

ପୋଷଣ ଅଭିଯାନ ୨୦୨୫-୨୬ କାର୍ଯ୍ୟକ୍ରମ ପରିଚାଳନା ଅଧୀନ ଜିଲ୍ଲା ସ୍ତରୀୟ ଅଭିସରଣ କମିଟି ବୈଠକ

ପୋଷଣ ଅଭିଯାନ ୨୦୨୫-୨୬ କାର୍ଯ୍ୟକ୍ରମ ପରିଚାଳନା ଅଧୀନ ଜିଲ୍ଲା ସ୍ତରୀୟ ଅଭିସରଣ କମିଟି ବୈଠକ
January 02
20:24 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨/୧: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ପୋଷଣ କାର୍ଯ୍ୟକ୍ରମ ପରିଚାଳନା ଅଧିନ ଜିଲ୍ଲା ସ୍ତରୀୟ ଅଭିଶରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ମଞ୍ଚାଷିନ ଥିଲେ ।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଭାରେ ପାୱାର ପଏଣ୍ଟ ଉପକରଣରେ ପୋଷଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଓ ସମସ୍ତ ମଞ୍ଚାଷିନ ଅତିଥି ଏବଂ ସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟା ସଦସ୍ୟ ମାନଙ୍କୁ ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ।
ଶିଶୁର ଓଜନ ଅଭିବୃଦ୍ଧି ନିମନ୍ତେ ଜିଲ୍ଲାରେ ଜାନୁୟାରୀ ୧ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଜନ ଉତ୍ସବ ପ୍ରତ୍ୟେକ ଭି ଏଚ୍ ଏନ୍ ଡି କେନ୍ଦ୍ରରେ ଅନୁଷ୍ଠିତ ହେବ ।
ଏହି ମହାନ ଅଭିଯାନକୁ ସଫଳ ରୂପାୟନ ଦେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ନିଷ୍ଠାର ସହ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ସମ୍ପାଦନ ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
ସେହିପରି ଜନପ୍ରତିନିଧି , ଆଶା, ଅଙ୍ଗନୱାଡ଼ି କର୍ମୀ, ସମସ୍ତେ ଏହି ଅଭିଯାନରେ ସାମିଲ ହେବା ସହ ଛୁଆ ଓ ମା\”ର ଅଭିବୃଦ୍ଧି ନିମନ୍ତେ କି କି ଯତ୍ନର ଆବଶ୍ୟକତା ଅଛି ସେ ସମ୍ବନ୍ଧୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଗର୍ଭାବସ୍ଥାରେ ଏବଂ ପ୍ରସୂତୀ ମହିଳା ମାନଙ୍କ ଯତ୍ନ ବ୍ୟାପକ କରି ଖୋର୍ଦ୍ଧା ଜିଲ୍ଲାରେ କୌଣସି ଗର୍ଭାବସ୍ଥାରେ ଗର୍ଭସ୍ତ ଶିଶୁର ଅସୁବିଧା, ମା \”ମାନଙ୍କ ଅସୁବିଧା ନହୁଏ ସେଥିପାଇଁ ଆଶା, ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ପରିଦର୍ଷିକା ,ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ସ୍ଵାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ସ୍ୱାସ୍ଥ୍ୟ ଶିକ୍ଷ୍ୟା ପ୍ରଦାନ କରିବା, ରକ୍ତହୀନତା ଓ ଉଚ୍ଚ ରକ୍ତ ଚାପ ଥିବା ଗର୍ଭବତୀ ମହିଳାଙ୍କ ପ୍ରସବ ସରକାରୀ ଡାକ୍ତରଖାନା ମାନଙ୍କରେ କରାଇବା ସହ ଯେଉଁଠାରେ ରକ୍ତ ମିଳିବାର ସୁବିଧା ରହିଛି ସେହି ସବୁ ସ୍ଥାନ ମାନଙ୍କୁ ଅଗ୍ରାଧିକାର ଦେବାକୁ ଆଶା ଦିଦି, ସ୍ଵାସ୍ଥ୍ୟ କର୍ମୀମାନେ ଗର୍ଭବତୀ ମହିଳା ସେମାନଙ୍କ ଅଭିଭାବକ ଉଭୟଙ୍କୁ ସୂଚନା ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଯେଉଁ ଘରୋଇ ଚିକିତ୍ସାଳୟ ଗୁଡ଼ିକ ପ୍ରସବ ଜନିତ ପ୍ରମାଣକ ସଞ୍ଚାଳନ ପଦ୍ଧତି (ଏସଓପି) ମାନୁ ନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କ ଅନୁମତିପତ୍ର ରଦ୍ଧ କରିବାକୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ପରିବାର ମଙ୍ଗଳ ଡାକ୍ତର ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଜୟ କୁମାର ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ,ଡି ଏମ, ଆର ସି ଏଚ୍ଚ, ରୋଜାଲିନ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହୀଆଲ, ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଡି ପି ଏମ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶୁଭକାନ୍ତ ଗନ୍ତାୟତ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସମସ୍ତ ବ୍ଲକର ସି ଡି ପି ଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031