Indus Valley Times

ପୋଷାକ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମଚାରୀ ସଂଘ

 Breaking News

ପୋଷାକ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମଚାରୀ ସଂଘ

October 01
21:35 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ

ନୟାଗଡ଼,୧୦/୧: ନୟାଗଡ଼ ଜିଲ୍ଲା ର ଆଠଗୋଟି ବ୍ଲକ ମଧ୍ୟରୁ ତିନୋଟି ବ୍ଲକ ଦଶପଲ୍ଲା, ଓଡ଼ଗାଁ, ଖଣ୍ଡପଡ଼ା ବ୍ଲକ ରେ ଅଙ୍ଗନବାଡ଼ି ଶିକ୍ଷାର୍ଥୀଙ୍କ ପୋଷାକ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଙ୍ଗନବାଡି କର୍ମଚାରୀ ସଂଘ ଗୁରୁାବର ଦିନ ଅଭିଯୋଗ ଆଣିଛନ୍ତି। ଅଙ୍ଗନବାଡ଼ି ସଭାନେତ୍ରୀ ଜ୍ୟୋସ୍ନା ମୟୀ ପଣ୍ଡା ଙ୍କ ସଭାପତିତ୍ବରେ  ଜିଲ୍ଲା ମୁଖ୍ୟ କାର‌୍ୟ୍ୟାଳୟ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ସାମ୍ମୁଖ୍ୟ ଜିଲ୍ଲା କର୍ମୀ ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଏହି ବୈଠକରେ ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ଅଙ୍ଗନବାଡ଼ି କର୍ମୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲା ର ଆଠଗୋଟି ବ୍ଲକ ମଧ୍ୟରୁ ପାଞ୍ଚଟି ବ୍ଲକରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କ ପାଇଁ ପୋଷାକ କିଣି ଯୋଗାଇ ଦେବାପାଇଁ ଅଙ୍ଗନବାଡ଼ି କର୍ମୀ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ତିନୋଟି ବ୍ଲକ ରେ  ଶିକ୍ଷାର୍ଥୀ ମାନଙ୍କୁ ସିଲେଇ କରି ପୋଷାକ ଯୋଗାଇଦେବା ଲାଗି ଏକ ସ୍ବୟଂ ସହାୟିକା ଗୋଷ୍ଠୀ କୁ ନିର୍ଦ୍ଦେଶ ଦିଆଯାଇଛି। ସିଡିପିଓ ଏବଂ ସୁଫରଭାଇଜର ଙ୍କୁ ହାତ କରି ସ୍ବୟଂ ସହାୟିକା ଗୋଷ୍ଠୀ  ସିଲେଇ ହୋଇଥିବା ଦର୍ଶାଇ ବଜାରରୁ ନିମ୍ନମାନର ପୋଷାକ କିଣି ଯୋଗାଉଥିବା ଅଭିଯୋଗ ହୋଇଅଛି। ଏସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ସଙ୍ଘ ତରଫରୁ ଏକ ଦାବିପତ୍ର ଦିଆଯିବା ସହିତ  ଏହାର ଉପଯୁକ୍ତ ତଦନ୍ତ କରି ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031