Legatus

ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରିଲା ସିବିଆଇ, ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ

 Breaking News

ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରିଲା ସିବିଆଇ, ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ

ପୋଷ୍ଟାଲ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରିଲା ସିବିଆଇ, ଠିକାଦାରଙ୍କଠୁ ନେଉଥିଲେ ଲାଞ୍ଚ
April 14
19:23 2023

ସମ୍ବଲପୁର,୧୪/୪: ଡାକ ବିଭାଗ ଆଜି ଛୁଟି ଥିବା ବେଳେ କାର୍ଯ୍ୟାଳୟ ଭିତରେ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ପୋଷ୍ଟ ସହକାରୀ ଯନ୍ତ୍ରୀ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଉଛନ୍ତି ପୋଷ୍ଟମାଷ୍ଟର ଜେନେରାଲ ସମ୍ବଲପୁର ମଣ୍ଡଳରେ କାର‌୍ୟ୍ୟରତ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ।
ସୂଚନା ଅନୁସାରେ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ ଜଣେ ଠିକାଦାରଙ୍କ ବିଲ୍ ପାସ କରିବା ପାଇଁ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ। ପୂର୍ବରୁ ହୋଇଥିବା ମୁଲଚାଲ ହିସାବରେ ଠିକାଦାର ଆଜି ଶ୍ରୀ ପାଲଙ୍କୁ କାର୍ଯ୍ୟାଳୟରେ ଟଙ୍କା ଦେବାକୁ କହିଥିଲେ।
କିନ୍ତୁ ଏହା ପୂର୍ବରୁ ସେ ଶ୍ରୀ ପାଲଙ୍କୁ ପାନେ ଦେବା ପାଇଁ ଭୁବନେଶ୍ବରସ୍ଥିତ ସିବିଆଇ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ। ଯୋଜନା ଅନୁସାରେ ଅଭିଯୋଗକାରୀ ଆଜି ସମ୍ବଲପୁର ମୁଖ୍ୟ କାର‌୍ୟ୍ୟାଳୟରେ ପହଞ୍ଚି ଶ୍ରୀ ପାଲଙ୍କୁ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ୭ଜଣିଆ ସିବିଆଇ ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଶ୍ରୀ ପାଲଙ୍କ ଠାରୁ ଟିମ୍ ୧ ଲକ୍ଷ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲେ। ସିବିଆଇ ଟିମ୍ ଏହି ଘଟଣାରେ ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ଉଠାଇ ନେଇଥିବା ଜଣାପଡ଼ିଛି। ମଧ୍ୟସ୍ଥିଙ୍କ ନାମ ଦେବେନ୍ଦ୍ର ପୁହାଣ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ଦୁର୍ନୀତିର ସୀମା ଟପିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ। ସରକାରୀ ଚାକିରିଆମାନେ ନିଜ ଦାୟିତ୍ବକୁ ଭୁଲିଯାଇ ଦୁର୍ନୀତି କାମରେ ଲିପ୍ତ ରହୁଛନ୍ତି। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମଧ୍ୟରୁ କିଛି ଧରାପଡୁଥିବା ବେଳେ ଆହୁରି ଅନେକ ଖସି ଯାଉଛନ୍ତି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930