Indus Valley Times

ପ୍ରକାଶ ପାଇଲା ନୀଟ ୟୁଜିସି ୨୦୨୩ର ପରୀକ୍ଷା ଫଳ

 Breaking News

ପ୍ରକାଶ ପାଇଲା ନୀଟ ୟୁଜିସି ୨୦୨୩ର ପରୀକ୍ଷା ଫଳ

ପ୍ରକାଶ ପାଇଲା ନୀଟ ୟୁଜିସି ୨୦୨୩ର ପରୀକ୍ଷା ଫଳ
June 13
22:26 2023

ନୂଆଦିଲ୍ଲୀ,୧୩/୬: ପ୍ରକାଶ ପାଇଛି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ରେଜଲ୍ଟ। ନ୍ୟାଶନାଲ ଟେଷ୍ଟ ଏଜେନ୍ସି(ଏନଏଟି) ଟ୍ୱିଟ କରି ଏହି ସୂଚନା ଦେଇଛି। ଚଳିତ ବର୍ଷ ୨ ଜଣ ଶିକ୍ଷାର୍ଥୀ ଟପ୍ପର ହେବା ସହ ୯୯.୯୯% ମାର୍କ ରଖିଛନ୍ତି। ତାମିଲନାଡୁର ପ୍ରଭଞ୍ଜନ ଜେ ଓ ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବତ୍ତି ନିଟ୍ ୟୁଜି-୨୦୨୩ ପରୀକ୍ଷାରେ ୯୯.୯୯% ମାର୍କ ରଖିଛନ୍ତି।
ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଶିକ୍ଷାର୍ଥୀ ରହିଛନ୍ତି। ୮ମ ସ୍ଥାନରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି। ସେହିପରି ଟପ୍ ୨୦ ମହିଳା ଶିକ୍ଷାର୍ଥୀଙ୍କ ଭିତରେ ବି ଜଣେ ଓଡ଼ିଆ ରହିଛନ୍ତି। ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଥିଲେ ହେଁ ମହିଳାଙ୍କ ମଧ୍ୟରେ ସେ ଟପ୍ ୨୦ରେ ରହିଛନ୍ତି।
ଉତ୍ତର ପ୍ରଦେଶର ସର୍ବାଧିକ ପିଲା ନିଟ୍ ୟୁଜିରେ ପାସ୍ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟରେ ରାଜସ୍ଥାନ ରହିଥିବା ଏନଟିଏ କହିଛି।
ଏନଟିଏ କହିଛି ଯେ ମୋଟ ୨୦.୩୮ ଲକ୍ଷ ପିଲାଙ୍କ ମଧ୍ୟରୁ ୧୧.୪୫ ଲକ୍ଷ ପିଲା ପରୀକ୍ଷାରେ କୃର୍ତ୍ତକାର‌୍ୟ୍ୟ ହୋଇଛନ୍ତି। ଉତ୍ତର ପ୍ରଦେଶରୁ ସର୍ବାଧିକ ୧.୩୯ ଲକ୍ଷ, ମହରାଷ୍ଟ୍ରରେ ୧.୩୧ ଲକ୍ଷ ଓ ରାଜସ୍ଥାନର ୧ ଲକ୍ଷରୁ ଅଧିକ ପିଲା ନିଟ୍-ୟୁଜି କ୍ୱାଲିଫାଏ କରିଛନ୍ତି।
ମେ’ ୭ରେ ଏନଟିଏମ ଦେଶର ୪୯୯ଟି ଓ ବିଦେଶର ୧୪ଟି ସହରରେ ହୋଇଥିବା ୪,୦୯୭ଟି କେନ୍ଦ୍ରରେ ନିଟ-ୟୁଜି ପରୀକ୍ଷା ଆୟୋଜନ କରିଥିଲା। ପରୀକ୍ଷା ବେଳେ କପି କରି କେବଳ ୭ ଜଣ ପିଲା ଧରା ପଡ଼ିଥିଲେ। ବାକି ସମସ୍ତେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରୀକ୍ଷା ଦେଇଥିଲେ। ଇଂରାଜୀ, ହିନ୍ଦୀ, ଓଡ଼ିଆ ଭଳି ୧୩ଟି ଭାଷାରେ ଚଳିତ ବର୍ଷ ପରୀକ୍ଷା ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031