Indus Valley Times

ପ୍ରକାଶ ପାଇଲା ରେଜଲ୍ଟ, କମନ ୟୁନିଭର୍ସିଟି ଏଣ୍ଟରାନ୍ସ ଟେଷ୍ଟ-ଅଣ୍ଡର ଗ୍ରାଜ୍ୟୁଏଟ ୧୯,୮୬୫ ପିଲା ରଖିଲେ ୧୦୦% ମାର୍କ

 Breaking News

ପ୍ରକାଶ ପାଇଲା ରେଜଲ୍ଟ, କମନ ୟୁନିଭର୍ସିଟି ଏଣ୍ଟରାନ୍ସ ଟେଷ୍ଟ-ଅଣ୍ଡର ଗ୍ରାଜ୍ୟୁଏଟ ୧୯,୮୬୫ ପିଲା ରଖିଲେ ୧୦୦% ମାର୍କ

ପ୍ରକାଶ ପାଇଲା ରେଜଲ୍ଟ, କମନ ୟୁନିଭର୍ସିଟି ଏଣ୍ଟରାନ୍ସ ଟେଷ୍ଟ-ଅଣ୍ଡର ଗ୍ରାଜ୍ୟୁଏଟ ୧୯,୮୬୫ ପିଲା ରଖିଲେ ୧୦୦% ମାର୍କ
September 16
10:39 2022

ନୂଆଦିଲ୍ଲୀ ୧୬/୯: ପ୍ରକାଶ ପାଇଛି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ବା କମନ ୟୁନିଭର୍ସିଟି ଏଣ୍ଟରାନ୍ସ ଟେଷ୍ଟ-ଅଣ୍ଡର ଗ୍ରାଜ୍ୟୁଏଟ(CUTE-UG) ୨୦୨୨ର ରେଜଲ୍ଟ । ୩୦ଟି ବିଷୟରେ ହୋଇଥିବା ଏହି ପରୀକ୍ଷାରେ ୧୯,୮୬୫ ଜଣ ଶିକ୍ଷାର୍ଥୀ ୧୦୦% ମାର୍କ ରଖିଛନ୍ତି ।
ଇଂରାଜୀରେ ସର୍ବାଧିକ ୮,୨୩୬ ଜଣ ୧୦୦% ମାର୍କ ରଖିଥିବା ବେଳେ ରାଜନୀତି ବିଜ୍ଞାନରେ ୨,୦୬୫ ଜଣ ଓ ବିଜନେସ ଷ୍ଟଡିଜରେ ୧,୬୬୯ ଜଣ ପିଲା ୧୦୦% ମାର୍କ ହାସଲ କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଆଜି ଏହି ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି ।
ପୂର୍ବରୁ ଗୁରୁବାର ରାତି ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଏନଟିଏ ନିଜ ଧାର‌୍ୟ୍ୟ ସମୟରେ ରେଜଲ୍ଟ ପ୍ରକାଶ କରିବାରେ ବିଫଳ ହୋଇଛି। ବାୟୋଲୋଜି, ଅର୍ଥନୀତୀ ଓ ସାଇକୋଲୋଜିରେ ୧୦୦% ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ହେଉଛି ୧,୦୦୦।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031