Indus Valley Times

ପ୍ରତ୍ୟାହାର ହେବନି ଅଗ୍ନିପଥ: ହିଂସାରେ ସାମିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ ନାହିଁ

 Breaking News

ପ୍ରତ୍ୟାହାର ହେବନି ଅଗ୍ନିପଥ: ହିଂସାରେ ସାମିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ ନାହିଁ

ପ୍ରତ୍ୟାହାର ହେବନି ଅଗ୍ନିପଥ: ହିଂସାରେ ସାମିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ ନାହିଁ
June 19
21:29 2022

ଭୁବନେଶ୍ୱର,୧୯/୬: ପ୍ରତ୍ୟାହାର ହେବନି ଅଗ୍ନିପଥ । ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିବୀର ଯୋଜନାକୁ ବିରୋଧ କରି ସାରା ଦେଶରେ ହଙ୍ଗାମା ଚାଲିଥିବା ବେଳେ ଅଜି ଆନ୍ଦୋଳନ କାରୀଙ୍କ ପ୍ରତି କଡାଆଭିମୁଖ୍ୟ ରଖିଛି ରକ୍ଷା ମନ୍ତ୍ରଣାଳୟ । ହିଂସାରେ ସାମିଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ ନାହିଁ ବୋଲି ଘୋଷଣା କରିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ।
ଏହା ବ୍ୟତିତ ଆଜି ସାମ୍ବାଦିକ ସମିଳନିରେ ତିନି ସେନା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ସମୟ ସୂଚି ସମ୍ବଧରେ ମଧ୍ୟ ସୂଚାଇ ଦିଆଯାଇଛି ।
ଅଗ୍ନିପଥ ବିରୋଧୀ ଆନ୍ଦୋଳନକାରୀଙ୍କୁ ସେନାର କଡା ଚେତାବନୀ । ଯୋଜନା ପ୍ରତ୍ୟାହାରରତ ପ୍ରଶ୍ନ ଉଠୁନି ବରଂ ଉପଦ୍ରବ ଓ ହିଂସା କାଣ୍ଡରେ ସାମିଳ ଯୁବକଙ୍କ ପାଇଁ ସବୁ ଦିନ ଲାଗି ବନ୍ଦ ହୋଇଯିବ ସେନାରେ ଭର୍ତ୍ତି ହେବାର ବାଟ । ଶୃଙ୍ଖଳା ସେନାର ମୂଳଦୁଆ ହୋଇଥିବାରୁ ହିଂସା ଓ ଉପଦ୍ରବ କାରୀଙ୍କ ପାଇଁ ଏଠାରେ କୌଣସି ସ୍ଥାନ ନାହିଁ ବୋଲି କଡା ଭାଷାରେ କହିଛନ୍ତି ସେନାବ୍ୟାପାର ବିଭିଗର ଅତିରିକ୍ତ ସଚିବ ଲେପ୍ଟନାନ ଜେନେରାଲ ଅନିଲ ପୁରୀ ।
ତିନି ସେନାରେ ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା । ଆର୍ମି ପାଇଁ ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏହା ପରେ ପୋର୍ଟାରେ ପଞ୍ଜୀକରଣ ହୋଇପାରିବ ବୋଲି ସ୍ଥଳ ସେନା ମୁଖ୍ୟ ଲେଫ୍ ଟନା ଜେନେରାଲ ବଂଶୀ ପୋନାଣ୍ଡେ ସୁଚନା ଦେଇଛନ୍ତି ।
ଏହା ପରେ ଅଗଷ୍ଟ ପ୍ରଥମାର୍ଦ୍ଧରୁ ନଭେମ୍ବର ଭିତରେ ୮୩ଟି ରାଲି ହେବ । ଡିସେମ୍ବର ଓ ଆସନ୍ତା ଫେବୃଆରୀରେ ୨ଟି ବ୍ୟାଚ୍ ଅଗ୍ନିବୀର ସେନାରେ ଯୋଗ ଦେବେ ।
ବାୟୁ ସେନା ଏୟାର ଅପଫିସର ଇନଚାରର୍ଜ ଜଣାଇଛନ୍ତି ଯେ ଏୟାର ଫୋରର୍ସରେ ଜୁନ୍ ୨୪ରୁ ଅଗ୍ନିବୀରଙ୍କ ପାଇଁ ଅନ୍‌ଲଇନ୍ ପଞ୍ଜୀକରଣ ଆରମ୍ଭ ହେବ ।ଜୁଲାଇ ୨୪ରେ ପରୀକ୍ଷା ଓ ଡିସେମ୍ବର ୩୦ରୁ ଟ୍ରେନିଂ ଆରମ୍ଭ ହେବ ।
ନୌସେନା ଚିଫ୍ ଅଫ୍ ପରସେନେଲ କହିଛନ୍ତି, ଜୁନ୍ ୨୫ ଭିତରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୨୧ରେ ପ୍ରଥମ ବ୍ୟାଚ୍ ଅଗ୍ନିବୀର ଆଇଏନ୍‌ଏସ୍ ଚିଲିକାରେ ଟ୍ରେନିଂ ଆରମ୍ଭ କରିବେ । ଉଭୟ ପୁରୁଷ ଓ ମହିଳା ଅଗ୍ନିବୀର ଏଥିରେ ଯୋଗ ଦେଇପାରିବେ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଦ୍ୱିତୀୟ ଥର ପାଇଁ ତିନି ସେନା ମୁଖ୍ୟଙ୍କୁ ଭେଟି ଅଗ୍ନିପଥ ସ୍କିମର ସମୀକ୍ଷା କରିଛନ୍ତି ।
ଅଗ୍ନିବୀରଙ୍କୁ ବାୟୁ ସେନାରେ ମିଳିବ କେଉଁ ସବୁ ସୁବିଧା ସୁଯୋଗ । ମାସିକ ବେତନଠୁ ଆରମ୍ଭ କରି ବିମା ଯାଏ । ସମସ୍ତ ସମର୍କରେ ଗୋଟି ଗୋଟି କରି ତଥ୍ୟ ରଖିଛି ଭାରତୀୟ ବାୟୁ ସେନା ।
ଅଗ୍ନିପଥ ଯୋଜନାରେ ନିଯୁକ୍ତି ମିଳିବା ପରେ ଅଗ୍ନିବୀରଙ୍କୁ କୋଟିଏ ଟଙ୍କାର ସୁବିଧା ଓ ସୁଯୋଗ ମିଳିବ । ଚାକିରିରେ ପ୍ରାଣ ହରାଇଲେ ପରିବାରଙ୍କୁ କୋଟିଏ ଟଙ୍କାରୁ ଅଧିକ ମିଳିବ । ସେନାରେ କାର୍ଯ୍ୟକରୁଥିବା ବେଳେ ଯଦି ଅଗ୍ନିବୀରଙ୍କ ପ୍ରାଣ ଯାଏ ତେବେ ୪୮ଲକ୍ଷ ଟଙ୍କାର ବିମା ୪୪ଲକ୍ଷ ଏକ୍ସ ଗ୍ରାଟିଆ । ସେନାଧି ଯୋଜନାରେ ବୀମା ରାଶି ମିଳିବ । ସେହିପରି ନିଯୁକ୍ତିରେ ନଥାଇ ପ୍ରାଣ ଗଲେପି ଅଗ୍ନିବୀରଙ୍କ ପରିବାରକୁ ୪୮ଲକ୍ଷ ବିମା ସହ ସେବାନିଧି ବ୍ୟବସ୍ତାରେ ସହାତା ପ୍ରଦାନ କରାଯିବ । ଡିୟୁଟି ସମୟରେ ବିକଳାଙ୍ଗ ଥିଲେ ବଳକାଥିବା କାର୍ଯ୍ୟଦିବ ଶହ ବଳକା ଥିବା ସମସ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ ।
ବାୟୁ ସେନାରେ ଅଗ୍ନିବୀରଙ୍କୁ ୩୦ ଦିନ ଛୁଟି ମିଳିବ । ସ୍ୱତନ୍ତ୍ର ମେଡିକାଲ ଲିଭ୍ ମଧ୍ୟ ମିଳିବ । ପ୍ରଥମ ବର୍ଷ ଅଗ୍ନିବରୀଙ୍କ ମାସିକ ଦରମା ୩୦ହଜାର ଟଙ୍କାର ରହିବ । ଏହା ପରେ ପ୍ରତିବର୍ଷ ଏହା ବଢ଼ି ଶେଷ ବର୍ଷ ୪୦ହଜାର ଟଙ୍କା ମାସିକ ବେତନ । ଚାକିରି ସରିବା ମାତ୍ରେ ସମ୍ମାନନିଧି ପ୍ୟାକେଜରେ ୧୦ଲକ୍ଷ ଟଙ୍କାରୁ ଅଧିକ ପ୍ୟାକେଜ ମିଳିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031