Indus Valley Times

ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର, ଘରେ ଘରେ ପହଞ୍ଚିବ ଭାଗବତ

 Breaking News

ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ହେବ ପୁନରୁଦ୍ଧାର, ଘରେ ଘରେ ପହଞ୍ଚିବ ଭାଗବତ

October 05
18:51 2025

ଭୁବନେଶ୍ୱର, ୫/୧୦ : ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି(ରବିବାର) ଭୁବନେଶ୍ୱର-କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ହୋଇଯାଇଛି ଶ୍ରୀମଦ୍ ଭାଗବତ ମହୋତ୍ସବ।
ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି ଏଣୁ ସେମାନଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ହେଉଛି ଏକ ବଳିଷ୍ଠ ମାଧ୍ୟମ।
ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀମଦ୍ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ସହିତ ଜନସାଧାରଣଙ୍କୁ ଭଗବତ କାର୍ଯ୍ୟରେ ସଂପୃକ୍ତ କରେ।
ସେହି ଦୃଷ୍ଟିରୁ ଏହି ମହୋତ୍ସବ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମଦ ଭାଗବତ ଗ୍ରନ୍ଥର ମହତ୍ଵ ପାଞ୍ଚଗୋଟି ମୂଳତତ୍ତ୍ୱ ଯଥା, ଇଶ୍ୱର, ଜୀବ, ପ୍ରକୃତି, କାଳ-ସମୟ ଏବଂ କର୍ମକୁ ନେଇ ଏ ବିଶ୍ୱ ସଞ୍ଚାଳିତ। ସେଥିପାଇଁ ସନାତନ ପରମ୍ପରାରେ ଜୀବନ ଦୀପ ଲିଭିବା ପୂର୍ବରୁ ଶ୍ରୀମଦ ଭାଗବତ ଶୁଣି ଶେଷ ନିଶ୍ବାସ ତ୍ୟାଗ କରିବା ପ୍ରତ୍ୟେକ ସନାତନୀର ଶେଷ ଇଚ୍ଛା।
ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ, ସମସ୍ତେ ପ୍ରତ୍ୟେହ ଭାଗବତ ପାଠ କରନ୍ତୁ, କାରଣ ଏହା ଆମ ଜୀବନକୁ ଏକ ସୁସ୍ଥ ଧାର୍ମିକ ଓ ନୈତିକ ଦିଗରେ ନେଇଯିବ।
ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପ୍ରକାରର ମହୋତ୍ସବ ସମାଜରେ ଏକତାର ସୂଚକ। ଏହା ଭକ୍ତି, ସମ୍ମାନ, ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ। ଏହି ମହୋତ୍ସବର ଅନୁଭୂତି ଓ ଶିକ୍ଷା ଉପସ୍ଥିତ ସୁଧିବୃନ୍ଦଙ୍କ ଜୀବନରେ ନିତିମୂଳକ, ଧର୍ମୀୟ, ଓ ସାମାଜିକ ଉନ୍ନତି ଆଣିବାରେ ସାହାର୍ଯ୍ୟ କରିବ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ପ୍ରଥମ ଦିନରୁ ହି ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହିତ ଏହାର ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ଗତକାଲି ରାଜ୍ୟର ସବୁ ପୁରାତନ ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ଙ୍କୁ ୫୦ ହଜାର ରୁ ଆରମ୍ଭ କରି ୧ ଲକ୍ଷ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେଇଛନ୍ତି ଯାହା ଓଡିଶାରେ ପ୍ରଥମ ଥର ପାଇଁ ହୋଇଛି। ଶୀତଳ ଷଷ୍ଠୀ ଯାତ୍ରା ହେଉ କି ଧନୁଯାତ୍ରା ହେଉ କି ଓଡିଶାର ମନ୍ଦିର ମଠର ସୁରକ୍ଷା ଓ ସୌନ୍ଦର‌୍ୟ୍ୟକରଣ ପାଇଁ ହେଉ ସବୁକ୍ଷେତ୍ରରେ ରାଜ୍ୟସରକାର ଆର୍ଥିକ ସହଯୋଗ ପ୍ରଦାନ କରୁଛନ୍ତି । ଏହି ମହତ କାର୍ଯ୍ୟ ଆଗାମୀ ଦିନରେ ବି ଜାରି ରହିବ।
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ପଦ୍ମଶ୍ରୀ ଶ୍ରୀଯୁକ୍ତ ବାବା ବଳିଆ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଅସ୍ମିତାର କାର୍ଯ୍ୟକାରିତା ନିଖୁଣ ଭାବେ ସମ୍ପାଦନ କରୁଥିବାରୁ ଧନ୍ୟବାଦ ଦେବା ସହିତ ଆଗାମୀ ସମୟରେ ଶ୍ରୀମଦ ଭାଗବତ ର ତତ୍ୱକୁ ପ୍ରତ୍ୟେକ ଓଡ଼ିଆ ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ।
ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଓଡ଼ିଆ, ଭାଷା ସଂସ୍କୃତି ଓ ସାହିତ୍ୟ ସମେତ ଭଗବତ ଚିନ୍ତା ଚେତନା ପୁନଃ ନବୀକରଣ ହେବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930