Indus Valley Times

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ; ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ

 Breaking News

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ; ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ; ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ
February 26
17:32 2023

ଭୁବନେଶ୍ବର,୨୬/୨: ଓଡ଼ିଶାକୁ ନୂଆ ମୁଖ୍ୟ ଶାସନ ସଚିବ ମିଳିଛି। ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଦୀପ ଜେନା ଆସନ୍ତା ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ। ସେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦାୟିତ୍ବ ତୁଲାଇବେ।
ସୂଚନାଯୋଗ୍ୟ, ୧୯୮୯ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍) ବର୍ତ୍ତମାନ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର ଅଛନ୍ତି। ଆସନ୍ତା ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର‌୍ୟ୍ୟକାଳ ଶେଷ ହେଲା ପରେ ସେ ତାଙ୍କ ସ୍ଥାନରେ ନୂଆ ଦାୟିତ୍ବ ଗ୍ରହଣ କରିବେ।ଇୟଗ୍ଦ ଭଚ୍ଚ
ଅନ୍ୟପଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍) ଅନୁ ଗର୍ଗ ନୂଆ ଉନ୍ନୟନ କମିସନର ନିଯୁକ୍ତ ହୋଇଛନ୍ତି। ପ୍ରଦୀପ ଜେନାଙ୍କୁ ପଦୋନ୍ନତି ମିଳିବା ପରେ ଅନୁ ଗର୍ଗଙ୍କୁ ନୂଆ ଦାୟିତ୍ବ ମିଳିଛି। ଅନୁ ଗର୍ଗ ଜଳସଂପଦ ସଚିବ ସହ ଉନ୍ନୟନ କମିସନର ଦାୟିତ୍ବ ତୁଲାଇବେ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031