Indus Valley Times

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ପ୍ରତ୍ୟାହାର ହେଲା ୩ ନୂଆ କୃଷି ଆଇନ

 Breaking News

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ପ୍ରତ୍ୟାହାର ହେଲା ୩ ନୂଆ କୃଷି ଆଇନ

November 19
10:09 2021

ନୂଆଦିଲ୍ଲୀ,୧୯/୧୧ ଗୁରୁ ନାନକ ଜୟନ୍ତୀରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ୱୋଧନ ବେଳେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆନ୍ଦୋଳନକାରୀ କୃଷକଙ୍କୁ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି ମୋଦି ।
କୃଷକଙ୍କୁ କ୍ଷମା ମାଗିବା ସହ ପ୍ରଧାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ତେଣୁ ଆନ୍ଦୋଳନ ବନ୍ଦ କରି କୃଷକମାନେ ଘରକୁ ଫେରିଯାଆନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ। ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି। ଏ ସଂକ୍ରାନ୍ତ ସମସ୍ତ ଔପଚାରିକତା ଚଳିତ ମାସ ଅଧିବେଶନରେ ଆମେ ଶେଷ କରିବୁ। ଦେଶବାସୀ ମୋତେ ପ୍ରଧାନମନ୍ତ୍ରୀ କରିବା ସମୟରୁ ମୁଁ ‘କୃଷି ବିକାଶ’ ଉପରେ ସବୁଠୁ ଅଧିକ ଗୁରୁତ୍ବ ଦେଇଥିଲି।
ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି। ଯାହା ମୁଁ କରୁଛି ଦେଶ ପାଇଁ କରୁଛି। ଆପଣମାନଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ। ଆଜି ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି ଯେ, ମୁଁ ଆହୁରି କଠୋର ପରିଶ୍ରମ କରୁଛି, ଫଳତଃ ଆପଣମାନଙ୍କର ସ୍ବପ୍ନ ଏବଂ ଦେଶର ସ୍ବପ୍ନ ସାକାର ହୋଇ ପାରିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031