Indus Valley Times

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଧାନ

 Breaking News

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଧାନ

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି ପ୍ରଧାନ
March 12
10:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୩ : ବୌଦ୍ଧ ବ୍ଲକ ବଘିଆପଡା ପଂଚାୟତ ବଘିଆପଡା ଗ୍ରାମର ଲତାରାଣୀ ସାହୁ ଗ୍ରାମର ମହିଳା ମାନଙ୍କୁ ନେଇ ଓମ ତ୍ରିନାଥ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।
ବଘିଆପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନଙ୍କ ଜରିଆରେ ହୀନମତି ବେହେରା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ୪୩୬ ଟଙ୍କା ବାନ୍ଧି ଏକ ପଲିସୀ କରିଥିଲେ । ଏଥିରେ ଲତାରାଣୀ ସାହୁ ଙ୍କ ଅକାଳ ବିୟୋଗ ଘଟିଥିଲା ।
ଏଥିପାଇଁ ତାଙ୍କ ପରିବାରକୁ ଏହି ଯୋଜନାରେ ୨୦୦୦୦୦ ଟଙ୍କା ସହାୟତା ରାଶି ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।
ଏହି ରାଶି ତାଙ୍କ ସ୍ୱାମୀ ଆନନ୍ଦ ସାହୁକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ବୀମା ରାଶି ପ୍ରଦାନ କରାଯାଇଛି । ବ୍ୟାଙ୍କ ପରିସରରେ ଶାଖା ପରିଚାଳକ ପ୍ରଦୀପ ମେହେର ଅତିଥି ଭାବେ ଯୋଗଦେଇ ଏହି ୨୦୦୦୦୦ ଟଙ୍କା ରାଶି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ ।
ରାଶି ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବଘିଆପଡା ଶାଖାର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଆଶିଷ ଖାଁ, ଏକାଉଣ୍ଟେଣ୍ଡ ପ୍ରଶାନ୍ତ କୁମାର ଦାସ, ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031