Indus Valley Times

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କଲା ବୌଦ୍ଧଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ

 Breaking News

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କଲା ବୌଦ୍ଧଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କଲା ବୌଦ୍ଧଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ
March 22
12:01 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୩ : ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ କଣ୍ଟାମାଳ ବ୍ଲକର ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଦୁଇ ସହକାରୀ ଶିକ୍ଷକଙ୍କ ବହିଷ୍କାର ଦାବୀରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ ।
ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଳକର ଯୋଗୀନ୍ଦ୍ରପୁର ଉଚ୍ଚବିଦ୍ୟାଳୟରେ ଗତ ଫେବୃୟାରୀ ୧୪ ତାରିଖ ସରସ୍ୱତୀ ପୂଜା ଦିନ ଜଣେ ଦଳିତ ଛାତ୍ରଙ୍କୁ ଜାତିଆଣ ଆପେକ୍ଷ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଦୁଇଜଣ ସହକାରୀ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୌଦ୍ଧ ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍କୃତ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏନେଇ ଗତ ୧୮ ତାରିଖରେ ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଗୁରୁବାର ଦିନ ପାଣଗଣ୍ଡା ସମାଜ ବିକାଶ ପରିଷଦର ସମ୍ପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ପରିଷଦ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ ।
ଆନ୍ଦୋଳନକାରୀଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଆଲୋଚନା କରି ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିରୋଧରେ ତଦନ୍ତ ଚାଲିଛି । ବର୍ତ୍ତମାନ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ଆନ୍ଦୋଳନ କାରିମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।
ଆନ୍ଦୋଳନରେ ସଂଗଠନର ଉପସଭାପତି ମକରଧ୍ୱଜ ମହାନନ୍ଦିଆ, ଦଶରଥ ବେହେରା, ରାମଚନ୍ଦ୍ର ତାଣ୍ଡି, ଶ୍ରୀନିବାସ ହାତୀ, ନନ୍ଦିନୀ ନାଏକ, ଧରଣୀଧର ବିଭାର, ରମେଶ ମହାନନ୍ଦିଆ,ବିଶ୍ୱଜିତ ହରିପାଲ, ଜୟରାମ ହରିପାଲ, ଜଗବନ୍ଧୁ ବାଦୀ,ଚିତରଂଜନ ବେହେରା, ବାମନ ବେହେରା, ହରିବନ୍ଧୁ ହରିପାଲି,ଶ୍ରୀଧର କୁମ୍ଭାର, ସୁବ୍ରତ ଜଗଦଲା, ଲଳିତ କହଁର, ସନତ କହଁର, ଭୂବନ ଭବସାଗର, କପିଳ ଭବସାଗର, ବରୁଣ ରାଜଦୀପ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ ।
ବୌଦ୍ଧ ବନଖଣ୍ଡରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ସିବିଆଇ ତଦନ୍ତ ସହ ବନଖଣ୍ଡ ଅଧିକାରୀଙ୍କ ବଦଳି ଦାବି
ବୌଦ୍ଧ,୨୨/୩ :ବୌଦ୍ଧ ବନଖଣ୍ଡ ଅଧିକାରୀ ବିଭିନ୍ନ ଦୁର୍ନିତିରେ ଜଡିତ ଥିବା ଅଭିଯୋଗରେ ଆଜି ସାଧାରଣ ଜନତାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ପ୍ରଦାନ କରିଛନ୍ତ । ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର ଗ୍ରହଣ କରିଥିଲେ । ଅଭିଯୋଗ ଅନୁଯାୟୀ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ୨୦୨୧ ମସିହାରୁ ବୌଦ୍ଧ ବନଖଣ୍ଡରେ ଯୋଗଦାନ କରିବା ଦିନ ଠାରୁ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି କରି କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ କରାଯାଇଛି ।
ବୌଦ୍ଧ ବନଖଣ୍ଡରେ କାମ୍ପା ଦୁର୍ନୀତି, ଜେଆଇସିଏ ପ୍ରୋଜେକ୍ଟରେ ଦୁର୍ନୀତି ଓ ଇକୋଟୁରିଜିମରେ କୋଟି କୋଟି ଟଙ୍କା ଦୁନୀର୍ତି ହୋଇଥିବା ବେଳେ ବନଖଣ୍ଡ ଅଧିକାରୀଙ୍କ ବିରୋଧରେ ବହୁବାର ଅଭିଯୋଗ ହୋଇଥିଲେ ସୁଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । କାରଣ ବନଖଣ୍ଡ ଅଧିକାରୀ ଟଙ୍କା ହଡପ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦେଉଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଏହା ସହ ବନଖଣ୍ଡ ଅଧିକାରୀ ଶ୍ରୀ କମ୍ପଙ୍କ ଶ୍ୱଶୁର ଘର ବୌଦ୍ଧ ଜିଲ୍ଲାରେ । ସେ ନିଜର ସଂର୍ପକୀୟ ଓ ବିଜେଡି ଦଳର ସମର୍ଥକଙ୍କ ଜରିଆରେ କାମ କରିଆସୁଥିବା ବେଳେ ମୃତ ବ୍ୟକ୍ତି, ଠିକାଦାର ଓ ଚାକିରିଆ ନାମରେ ଜାଲିଆତି କରି ଟଙ୍କା ହଡପ କରୁଥିବା ଅଭିଯୋଗ କରିଛନ୍ତି । ସେ ପୂର୍ବରୁ ଟିଟିଲାଗଡ ଠାରେ କେନ୍ଦୁପତ୍ର ଡିଭିଜନରେ ଡିଏଫଓ ଥିବାବେଳେ ୧୨ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ ତଦନ୍ତ ଚାଲିଥିବା ମଧ୍ୟ ଅଭିଯୋଗ କରିଥିଲେ । ଜିଲ୍ଲା ସଂଗ୍ରହାଳୟ ଠାରୁ ବାହରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିବା ସହ ଦୁର୍ନୀତିର ସିବିଆଇ ତଦନ୍ତ ଓ ତୁରନ୍ତ ଡିଏଫଓଙ୍କୁ ବଦଳି ଦାବୀ କରିଥିଲେ ।
ଦାବୀ ପତ୍ର ପ୍ରଦାନ ସମୟରେ ସୁବାସ ପ୍ରଧାନ,ସୁଧାଂଶୁ ଡାଙ୍ଗ, ପ୍ରଶାନ୍ତ ନନ୍ଦ ବେହେରା, ସନ୍ତୋଷ ପ୍ରଧାନ , ଗଣେଶ ନାଏକ , ଧର୍ମୁଧର ପୋଢ, ରାଜେଶ୍ୱରୀ ପ୍ରଧାନ, ମିନାରାଣୀ ମିଶ୍ର , ଲଲିତ କୁମାର ପାତ୍ରଙ୍କ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ଥିଲେ ।
ସାଲୁଙ୍କୀ ସେତୁର ଆପ୍ରୋଚ ରାସ୍ତାରେ ବାଇକ ଦୁର୍ଘଟଣା ଦୁଇ ଗୁରୁତର
ବୌଦ୍ଧ,୨୨/୩ : ବୌଦ୍ଧ ଜିଲ୍ଲା ବଘିଆପଡା ସାଲୁଙ୍କୀ ସେତୁର ଆପ୍ରୋଚ ରାସ୍ତାରେ ବୁଧବାର ଦିନ ଦୁଇ ବାଇକ ଦୁର୍ଘଟଣା ଯୋଗୁଁ ଦୁଇ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ସୁଚନା ମୁତାବକ ବୁଧବାର ଦିନ ବଘିଆପଡା ସାପ୍ତାହିକ ହାଟଥିବାରୁ ହାଟକୁ ବିଭିନ୍ନ ଅଞ୍ଚଳରୁ ବହୁ ବ୍ୟବସାୟୀ ଓ ଗ୍ରାହକ ହାଟ ଆସୁଥିଲେ । କିନ୍ତୁ ସାଲୁଙ୍କୀ ନଦୀର ଆପ୍ରୋଚ ରାସ୍ତା ମରଣାଯନ୍ତା ଥିବା ସହ ମଙ୍ଗଳବାର ଦିନ ବର୍ଷା ଯୋଗୁଁ ରାସ୍ତାଟି କାଦହେବା ସହ ଖାଲ ହୋଇଛି ।
ଫଳରେ ହାଟକୁ ଆସୁଥିବା ବାଇକ ଆରୋହି ରାସ୍ତା ଖରାପ ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଯୋଗୁଁ ଦିନେଶ ଭୋକ୍ତା ଓ ଦିନବନ୍ଧୁ ପଲିଆ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହା ସହ ଗୋଟିଏ ଦିନରେ ପ୍ରାୟ ୨୦ରୁ ଅଧିକ ବାଇକ ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ବୌଦ୍ଧଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ, ରୋଗୀ ହନ୍ତସନ୍ତ
ବୌଦ୍ଧ,୨୨/୩ : ବୌଦ୍ଧଜିଲ୍ଲାରେ ରକ୍ତ ଭଣ୍ଡାରରେ ରକ୍ତର ସଙ୍କଟ ଦେଖାଦେଇଛି । ଯାହାଫଳରେ ରୋଗୀ ରକ୍ତ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ବୌଦ୍ଧଜିଲ୍ଲାବାସୀ ସହିତ ପଡୋଶୀ ଅନୁଗୁଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାର ସୀମାବର୍ତ୍ତି ଗ୍ରାମର ଲୋକମାନଙ୍କ ଦେହ ଖରାପ ହେଲେ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି ।
ପ୍ରତିଦିନ ଶହଶହ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ରୋଗୀଙ୍କ ପରୀକ୍ଷା ପରେ ରକ୍ତ ସମସ୍ୟା ରହିଥିବା ଜଣାପଡିଥାଏ । ଯାହାଫଳରେ ଡାକ୍ତର ରୋଗୀକୁ ରକ୍ତ ଆବଶ୍ୟକ ବୋଲି କହିଥାନ୍ତି । ହେଲେ ରୋଗୀର ସମ୍ପକୀୟ ରକ୍ତ ପାଇଁ ରକ୍ତ ଭଣ୍ଡାରକୁ ଆସିଲା ବେଳକୁ ରକ୍ତ ଭଣ୍ଡାରରେ ରକ୍ତ ସମସ୍ୟା ଦେଖା ଦେଇଥାଏ । ଏପରିସ୍ଥଳେ କାହାକୁ ରକ୍ତ ଦିଆଯିବ ତାହାକୁ ନେଇ ରକ୍ତ ଭଣ୍ଡାର କତ୍ତୃପକ୍ଷ ଚିନ୍ତାରେ ପଡିଯାଉଛନ୍ତି । ବୌଦ୍ଧରକ୍ତ ଭଣ୍ଡାରରେ ୭୫୦ ୟୁନିଟ ରକ୍ତ ରଖିବା ପାଇଁ ସୁବିଧା ରହିଥିଲେ ମଧ୍ୟ ତାହା ପୁରଣ ହୋଇପାରିନଥାଏ ।
ଦୈନିକ ୧୫ରୁ ୨୦ ୟୁନିଟ ରକ୍ତ ରୋଗୀଙ୍କୁ ଆବଶ୍ୟକ ହେଉଥିବା ବେଳେ ଆବଶ୍ୟକତା ଠାରୁ କମ ୟୁନିଟ ମହଜୁଦ ରହୁଛି । ଏପରିସ୍ଥଳେ ଅଧିକ ଗୁରୁତର ଓ ରକ୍ତ ଆବଶ୍ୟ କରୁଥିବା ରୋଗୀଙ୍କୁ ରକ୍ତ ଦିଆଯାଇଥାଏ । ଜିଲ୍ଲାରେ ରକ୍ତ ସମସ୍ୟା ଦୂର କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର କରାଯାଉଥିଲେ ମଧ୍ୟ ରକ୍ତର ଅଭାବ ରହୁଛି । ବର୍ତ୍ତମାନ ଖରା ଦିନ ଆସୁଥିବା ବେଳେ ରକ୍ତଦାନ ଶିବିର ସଂଖ୍ୟା କମ ହୋଇଥାଏ । ଏପରିସ୍ଥଳେ ଜିଲ୍ଲାରେ ରକ୍ତ ସମସ୍ୟା ଅଧିକ ଦେଖା ଦେବାର ସମ୍ଭାବନା ରହିଛି । ଥାଲାସେମିଆ, ସିକିଲ ସେଲ, ପ୍ରସବ ପାଇଁ ଆସୁଥିବା ମହିଳା, ରକ୍ତହୀନତା ଏବଂ ଡାଏଲିସିସ ରୋଗୀଙ୍କ କ୍ଷେତ୍ରରେ ଅଧିକ ରକ୍ତର ଆବଶ୍ୟକତା ହୋଇଥାଏ । ଅନେକ ସମୟରେ ରକ୍ତର ଆବଶ୍ୟକ ପାଇଁ ରକ୍ତଦାତାଙ୍କ ଅପେକ୍ଷା କରିବାକୁ ପଡିଥାଏ ।
ବିଭିନ୍ନ ସମୟରେ ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ରକ୍ତଦାନ ଅନୁରୋଧ କରାଯାଇଥାଏ । ସଚେତନତା ଅଭାବରୁ ଏପରିକି ଅନେକ ସମୟରେ ରୋଗୀଙ୍କ ସଂପର୍କିୟମାନେ ରକ୍ତ ଦେବାକୁ ଅମଙ୍ଗ ହେଉଥିବାର ଦେଖିବାକୁ ମିଳିଥାଏ । ଯାହାଫଳରେ ବାହାର ଲୋକ ରକ୍ତଦାନ କରିବା ପରେ ରୋଗୀଙ୍କୁ ରକ୍ତ ଦିଆଯାଇଥାଏ । ଜିଲ୍ଲା ରକ୍ତଦାତା ପ୍ରବତକ ସଂଘର ସଂପାଦକ ଦେବାଶିଷ ପୁରୋହିତଙ୍କ କହିବା ଅନୁଯାଇ ଜିଲ୍ଲାରେ ପ୍ରତିବର୍ଷ ଛଅ ହଜାରରୁ ଅଧିକ ରକ୍ତର ଆବଶ୍ୟକତା ହେଉଥିବା ବେଳେ ମାତ୍ର ୨୫ ଶହରୁ ୩ ହଜାର ମଧ୍ୟରେ ରକ୍ତ ସଂଗ୍ରହ କରାଯାଇଥାଏ ।
ଜିଲ୍ଲାରେ ବର୍ଷକୁ ମାତ୍ର ପ୍ରାୟ ଶହେଟି ରକ୍ତଦାନ ଶିବିର ହେଉଛି ବୋଲି କହିଛନ୍ତି । ଜିଲ୍ଲାରେ ରକ୍ତ ସଂଙ୍କଟ ସୂର କରିବା ପାଇଁ ପ୍ରଶାସନ ସହିତ ବିଭିନ୍ନ ସଂଗଠନ ଆଗକୁ ଆସି ଲୋକଙ୍କୁ ସଚେତନତା କରାଇ ଅଧିକରୁ ଅଧିକ କିପରି ରକ୍ତଦାନ କରି ପାରିବେ ସେଥିପାଇଁ ଅଧିକ ସଚେତନତା କରାଇବା ସହ କିପରି ଅଧିକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

,

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930