Legatus

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

 Breaking News

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

March 03
21:20 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲଷ୍ମୀ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଭରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ମିଡିଆକିଆ ସରପଞ୍ଚ ଅଶୋକ କୁମାର ମଳିକ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ଜାନକୀ କହଁର ଏବଂ ମୁଖ୍ୟବକ୍ତା ଭାବେ ସମାଜ ସେବୀ ଗୌରଚନ୍ଦ୍ର ପୂଜାରୀ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଯେଉଁ ସ୍ନେହଶ୍ରଦ୍ଧା ରହିଥିଲା ତାହା ଅବର୍ଣ୍ଣନୀୟ ବୋଲି ଶ୍ରୀ ପୂଜାରୀ କହିଥିଲେ ।
ନିଜ ସନ୍ତାନ ଠାରୁ ଅଧିକ ସ୍ନେହ ସେ ଅନ୍ତେବାସୀ ଛାତ୍ରୀ ମାନଙ୍କୁ ଦେଉଥିଲେ କ୍ଷ ସେମାନଙ୍କର ଲକ୍ଷ୍ୟ କ୍ରୀଡା ତଥା ଆଧ୍ୟାତ୍ମିକ ମାର୍ଗ ଦର୍ଶକ ଥିଲେ ବୋଲି ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ କ୍ଷ ଶିକ୍ଷକ ଅସିତ କୁମାର ସାହୁ ଏବଂ ସୁନୀଲ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।
ମିଡିଆକିଆ ସିଆରସିସି ପ୍ରଶାନ୍ତ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଗ୍ରାମବାସୀ, ବୁଦ୍ଧିଜୀବୀ, ଶୁଭେଛୁ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀମତୀ ପଟ୍ଟନାୟକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଉତ୍ସବରେ ଉକ୍ତ ଗ୍ରାମପଞ୍ଚାୟତରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ବିଦାୟ କାଳୀନ ସଙ୍ଗୀତ ଛାତ୍ରୀ ମାନେ ପରିବେଷଣ କରିଥିଲେ । ଶେଷରେ ଏକ ବିରାଟ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରି ତାଙ୍କୁ ବିଦାୟ ଦିଆଯାଇଥିଲା ।
ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ଗଞ୍ଜେଇ ଜବତ
ବାଲିଗୁଡା, ୩/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ବାଲିଗୁଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ୧୯୩ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଛି, କିନ୍ତୁ ଘଟଣା ସ୍ଥଳରୁ ଗଞ୍ଜେଇ ଛାଡି ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ପୁଲିସର ସୂଚନା ଅନୁସାରେ କୌଣସି ସୂତ୍ରରୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନିର୍ଦେଶରେ ଏସ ଆଇ ସଞ୍ଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ଟିମ ବାଲିଗୁଡା ଥାନା ଅଧିନସ୍ତ ନିଲିପଡ଼ା ଜଙ୍ଗଲରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ମାଫିଆ ମାନେ ଗଞ୍ଜେଇକୁ ଛାଡି ଫେରାର ହୋଇଯାଇଥିଲେ।
ଏ ନେଇ ବାଲିଗୁଡା ଥାନାରେ କେଶ ନଂ.୫୧/୨୦୨୪ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31