Indus Valley Times

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 Breaking News

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

March 05
10:43 2023

ଭୁବନେଶ୍ବର,୫/୩: ଆଜି ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମେୟର ସୁଲୋଚନା ଦାସ ପ୍ରମୁଖସେଠାରେ ଉପସ୍ଥିତ ଥିଲେ।
ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସବୁଠାରୁ ପ୍ରିୟ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ ବୋଲି ଜଣାଯାଇଥିଲା।
ଏଥିପାଇଁ ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନର ସଂସ୍ଥାପନ କରାଯାଇଥିଲା। ବୁଧବାର ଦିନ ଡାକୋଟା ବିମାନକୁ ଟ୍ରଲରରେ ଆଣି କ୍ରେନ୍ ସାହାଯ୍ୟରେ ବେସ୍ ଉପରେ ରଖାଯାଇଥିଲା।
୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ବିଶାଳ ଡାକୋଟା। ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ୱାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କେବଳ ପଢ଼ିବାକୁ ବା ଶୁଣିବାକୁ ମିଳୁଥିଲା।
ଏଣିକି ବାସ୍ତବରେ ଏହାକୁ ଦେଖିବାର ସୁଯୋଗ ପାଇବେ ଜନସାଧାରଣ। କୋଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା। ଏହାପରେ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ଏହାର ମରାମତି କରାଯାଇଥିଲା।

 

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031