Indus Valley Times

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ-୨୦୨୫ ପାଳନ

 Breaking News

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ-୨୦୨୫ ପାଳନ

September 26
19:14 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୬/୯ : ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବିନ୍ଦୁଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ସେବା ଯୋଜନା ଦିବସ -୨୦୨୫ ମୈତ୍ରୀ ଭବନରେ ପାଳନ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ନିଜର ବକ୍ତବ୍ୟରେ ସ୍ୱେଚ୍ଛାସେବୀ ମାନଙ୍କୁ କରିଥିଲେ ‘ନିଜେ ଶୃଙ୍ଖଳିତ ହେଲେ ସମାଜ ଶୃଙ୍ଖଳିତ ହେବ’।
ସମ୍ମାନିତ ଅତିଥି ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ଯୋଗଦେଇ, ସମାଜରେ ସୃଜନଶିଳତା ବଜାଇ ରଖିବା ସହିତ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବା ପାଇଁ ଉପଦେଶ ଦେଇଥିଲେ ।
ମୁଖ୍ୟବକ୍ତା ଡ. ପ୍ରମୋଦ ଚନ୍ଦ୍ର ଦାଶ ବେଗୁନିଆ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ଗ୍ରହଣ ଓ ନିସ୍ୱାର୍ଥପର ସେବା କରିବାକୁ ପ୍ରେରଣା ଦେଇଥିଲେ।
ଅଧ୍ୟକ୍ଷା ଡ.ବିନ୍ଦୁଶ୍ରୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଉପାଧ୍ୟକ୍ଷ ଡ.ପ୍ରତାପ ଚନ୍ଦ୍ର ପଟ୍ଟନାୟକ, +୨ ଅଧ୍ୟକ୍ଷା ଡ. ପୂର୍ଣ୍ଣିମା ନାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ପ୍ରିୟବ୍ରତ ମହାନ୍ତି ଓ ପ୍ରମୋଦ କୁମାର ସାମଲ , ଅଧ୍ୟାପକ ଗଦାଧର ସାହୁ, ଅଧ୍ୟାପକ ବାମଦେବ ମିଶ୍ର ,ଅଧ୍ୟାପକ ରବିନାରାୟଣ ସ୍ୱାଇଁ , ଶ୍ରୀମତୀ ସିପ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ ।
ଅନ୍ୟତମ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଇତିଶ୍ରୀ ସାହୁ ଏବଂ ଅଧ୍ୟାପକ ପବିତ୍ର ମୋହନ ଦାସ ଯୋଗ ଦେଇଥିଲେ। ଅଧ୍ୟାପକ ଶ୍ରୀଯୁକ୍ତ ସୁବୋଧ କୁମାର ଜଗଦେବ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ +୨ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଟି .ଅକ୍ଷୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31