Indus Valley Times

ପ୍ରେମିକାଙ୍କ ଅଭିଯୋଗ: ବାହା ହେବାକୁ କଥା ଦେଇ ଠକି ଦେଲେ ବିଧାୟକ

 Breaking News

ପ୍ରେମିକାଙ୍କ ଅଭିଯୋଗ: ବାହା ହେବାକୁ କଥା ଦେଇ ଠକି ଦେଲେ ବିଧାୟକ

ପ୍ରେମିକାଙ୍କ ଅଭିଯୋଗ: ବାହା ହେବାକୁ କଥା ଦେଇ ଠକି ଦେଲେ ବିଧାୟକ
June 17
19:51 2022

ପାରାଦୀପ,୧୭/୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପ୍ରେମିକା । ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା ଅଭିଯୋଗ କରିଛନ୍ତି ପ୍ରେମିକା । ଗତ ମାସ ୧୭ରେ ବିଜୟ ଓ ତାଙ୍କ ପ୍ରେମିକା ବିବାହ ଆବେଦନ କରିଥିଲେ ।
ସବରେଜିଷ୍ଟ୍ରୀ ଅଫିସ୍ରେ ଉଭୟ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ । ଆବେଦନର ମାସକ ପରେ ଆଜି ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା । ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ଆସିନଥିଲେ ବିଧାୟକ । ବିଧାୟକ ନଆସିବାରୁ ବାଧ୍ୟ ହୋଇ ଫେରି ଯାଇଥିଲେ ପ୍ରେମିକା । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ଅଭିଯୋଗ କଲେ ପ୍ରେମିକା । ତାଙ୍କୁ କେହି ଅପହରଣ କରିଥିବା କିମ୍ବା ସେ ଚିଟିଂ କରିଥିବା କହିଲେ ।
ତାଙ୍କ ନାଁରେ ପୂର୍ବରୁ ଦେଇଥିବା ମାମଲା ଚାଲୁ କରିବାକୁ କହିଲେ ପ୍ରେମିକା । ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କଲେ ବିଧାୟକ ବିଜୟ ଶଙ୍କର । ସେ କହିଛନ୍ତି, ଆଜିକୁ ୩୦ ଦିନ ହେଲା କିନ୍ତୁ ୯୦ ଦିନ ମଧ୍ୟରେ ବିବାହ କରିବା କଥା । ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031