Indus Valley Times

ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେଟ୍ଟ

 Breaking News

ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେଟ୍ଟ

ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେଟ୍ଟ
September 06
14:00 2025

ଭୁବନେଶ୍ୱର, ୬/୯ : ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଯୁବତୀ ଅପହରଣ ଏବଂ ତାପଙ୍ଗ ଖଣିରେ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ କମିଶନରେଟ୍ ପୋଲିସ ପର୍ଦ୍ଦାଫାସ କରିଛି । ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଦେବାଶିଷ ବିଶୋୟୀଙ୍କୁ ଗିରଫ କରାଯାଇଛି । ସେ ନୟାଗଡ଼ ରଣପୁର ମଝିଆଖଣ୍ଡ ଅଞ୍ଚଳର ବାସିନ୍ଦା ଅଟେ । ମୃତ ଯୁବତୀ ହେଲେ ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା (୨୨) । ଏ ନେଇ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।
ପୋଲିସ ମୁତାବକ, ନିରୁପମା ଭରତପୁର ଥାନା ପାତ୍ରପଡ଼ା ଶ୍ରୀକ୍ଷେତ୍ର ରେସିଡେନ୍ସିର ସମରଜିତ୍ ଜେନାଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ । ଗତ ଜାନୁଆରୀ ୨୪ ତାରିଖରେ ସମରଜିତଙ୍କ ପରିବାର ଭଞ୍ଜନଗର ବାହାରିଥିଲେ । ସେମାନେ ନିରୁପମାଙ୍କୁ ସାଙ୍ଗରେ ନେଇଯିବାକୁ କହିଥିଲେ, ‌ହେଲେ ସେ ମୋବାଇଲ୍ ଠିକ୍ କରି ଗାଁକୁ ଯିବ ବୋଲି କହିଥିଲେ । କିନ୍ତୁ ନିରୁପମା ଆଉ ଘରକୁ ଯାଇ ନ ଥିଲେ । ଗତ ଜାନୁଆରୀ ୨୭ ତାରିଖରେ ସମରଜିତ ଏବଂ ନିରୁପମାଙ୍କ ପରିବାର ଅପହରଣ କରାଯାଇଥିବା ନେଇ ଭରତପୁର ଥାନାରେ ଏତଲା ଦେଇଥିଲେ ।
ପୋଲିସ ଯାଞ୍ଚରୁ ଜଣାପଡ଼ିଛି ଯେ ଦେବାଶିଷ ଭୁବନେଶ୍ଵରରେ ଇଲେକ୍ଟ୍ରିକ୍ ମେକାନିକ୍ ଭାବେ କାମ କରେ । ନିରୁପମା ଏବଂ ଅଭିଯୁକ୍ତ ଦେବାଶିଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ପ୍ରେମିକାଙ୍କ ଉପରେ ଦେବାଶିଷର ସନ୍ଦେହ ହୋଇଥିଲା । ଜାନୁୟାରୀ ୨୪ ତାରିଖରେ ଦେବାଶିଷ ନିରୁପମାଙ୍କୁ ଅପହରଣ କରି ନୟାଗଡ଼ ନେଇଥିଲା । ଉଭୟ ସେଠାରେ ବୁଲାବୁଲି କରିଥିଲେ । କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯୁବକ ଜଣକ ଯୁବତୀଙ୍କୁ ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗ ଅଞ୍ଚଳକୁ ପୁଣି ନେଇଥିଲା । ସେଠାରେ ପ୍ରଥମେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ପରେ ଦେବାଶିଷ ଏକ ଓଢ଼ଣୀରେ ଯୁବତୀର ତଣ୍ଟି ଚିପି ହତ୍ୟା କରିବା ପରେ ପୋତି ଦେଇଥିଲା । ଏହା ପରେ ସେ ଫେରାର ହୋଇଥିଲା ।
ପୋଲିସ ମାମଲାର ତଦନ୍ତ କରି ଦେବାଶିଷଙ୍କ ନମ୍ବରକୁ ଟ୍ରାକ୍ କରି ସନ୍ଦେହ କରିଥିଲା । ଦୀର୍ଘ ୮ ମାସ ପରେ ଦେବାଶିଷକୁ ଗିରଫ କରିଥିଲା । ଏହା ପରେ ସେ ସବୁ ସତ ମାନିଥିଲା । ପରେ ତାପଙ୍ଗ ଅଞ୍ଚଳରୁ ଦିନକ ତଳେ ନିରୁପମାଙ୍କ କଙ୍କାଳକୁ ତାପଙ୍ଗ ଖଣିରୁ ଉଦ୍ଧାର କରିଥିଲା ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କମିଶନର କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31